News World Odisha
Current News Updates

ଅନୁଗୁଳ ନାଲ୍‌କୋରେ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼

0 35

Get real time updates directly on you device, subscribe now.

ଅନୁଗୁଳ ନାଲ୍‌କୋ ଟାଉନ୍‌ସିପ୍‌ ଗେଟ୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ମାଡ଼। ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି ଏହି ଦୃଶ୍ୟ । ଦେଖନ୍ତୁ, ସିକ୍ୟୁରିଟି ଗାର୍ଡଙ୍କୁ କେମିତି ମାଡ଼ ମାରୁଛନ୍ତି । ମାଡ଼ ମାରିବା ସହିତ ଘୋଷାଡି ଘୋଷାଡ଼ି ନେଉଛନ୍ତି । ନାଲକୋ କଲୋନୀରେ ବାରମ୍ବାର ଚୋରି ଯ଼ୋଗୁ କଲୋନୀର ମୁଖ୍ୟ ଫାଟକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କଲୋନୀକୁ ଆସୁଥିବା ଲୋକଙ୍କ ସଠିକ୍‌ ବିବରଣୀ ରଖିବାର ପରେ ସିକ୍ୟୁରିଟି ଗାର୍ଡ ଭିତରକୁ ଛାଡୁଥିଲେ । ହେଲେ ଗତକାଲି ସଂଧ୍ୟାରେ ଦୁଇଜଣ ବ୍ୟକ୍ତି ଏଭଳି ଯାଞ୍ଚ ପ୍ରକ୍ରିୟାକୁ ବିରୋଧ କରି ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ଜଣେ ଯ଼ୁବକକୁ ପୋଲିସ ଗିରଫ କରିଛି  ।

Get real time updates directly on you device, subscribe now.

Comments
Loading...