News World Odisha
Current News Updates

ସରସରା ସଭାରେ ସମାନ କଥା

0 132

Get real time updates directly on you device, subscribe now.

୧୫ ତାରିଖରେ ରିପିଟ ହେଲା ୮ ତାରିଖର ସ୍କ୍ରିପ୍ଟ  । କଳାହାଣ୍ଡିରେ କହିଥିବା ସମାନ କଥାକୁ ବରଗଡ଼ରେ ପୁଣି ଦୋହରାଇଲେ ରାହୁଲ  । ରାଫେଲ ଦୁର୍ନୀତି ନେଇ କେନ୍ଦ୍ର ସରକାର ଉପରେ ବର୍ଷିବା ସହ ଚାଷୀ ପ୍ରସଙ୍ଗ ଓ ବେରୋଜଗାର ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଉପରେ ବର୍ଷିଲେ ରାହୁଲ  । ଏହା ସହ ନିର୍ବାଚନ ଜିତିବାକୁ ରାଜ୍ୟବାସୀଙ୍କୁ ପୁଳପୁଳା ପ୍ରତିଶୃତି ଦେଲେ ରାହୁଲ  । ଗତ ଥର ଭଳି ଏଥର ବି ରାହୁଲ ଓଡ଼ିଶା ଆସି ସମାନ ପ୍ରଲୋଭନ ଦେଖାଇ ଫେରିଯାଇଛନ୍ତି  । ଆମେ ଆସିଲେ…ସବୁ ପରିବର୍ତ୍ତନ କରିଦେବୁ, ଗରିବୀ ହଟାଇଦେବୁ, ବେରୋଜବାଗ ଦୂରେଇ ଦେବୁ କହି ପ୍ରତିଶୃତିର ପାହାଡ଼ ଛିଡା କରିଛନ୍ତି ରାହୁଲ  । ଏଥିସହ ଛତିଶଗଡ଼ ଫଣ୍ଡାକୁ ଓଡ଼ିଶାରେ ଆପଣେଇବାକୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେଇଛନ୍ତି ହାଇକମାଣ୍ଡ  ।

ତମାଣ୍ଡୋ ପରି ସରସରା ସଭାରେ ରାହୁଲଙ୍କ ସ୍ବର ଶାଣିତ ଥିବାରୁ ଏଥର ହାତ ବାହିନୀ ଜୋଶ ପାଇଛନ୍ତି  । ଆଗାମୀ ନିର୍ବାଚନ ଆଉ ଅଳ୍ପ ଦିନ ଥିବାରୁ ହାଇକମାଣ୍ଡ ଓଡ଼ିଶା ଆସିନପାରନ୍ତି ତେଣୁ ସରସରା ଶେଷ ସଭା ହୋଇଥିବାରୁ ହାତକୁ ବଳ ଦେବାକୁ କର୍ମୀଙ୍କୁ ଆକ୍ଟିଭ କରିଥିଲେ ରାହୁଲ  ।

ପୂର୍ବରୁ ଯେତେଥର ରାହୁଲ ଓଡ଼ିଶା ଆସିଛନ୍ତି ସେତେଥର ସମାନ ଭାଷା କହିଛନ୍ତି ରାହୁଲ  । ଯେହେତୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅଳ୍ପଦିନ ରହିଛି ତେଣୁ କିଛି ନୂଆ କଥା କହି ଭୋଟରଙ୍କୁ ଆକୃଷ୍ଟ କରିବେ ବୋଲି ଅନୁମାନ କରାଯାଉଥିଲା  । କିଛି ବଡ଼ ଘୋଷଣା କରି ରାହୁଲ ଭୋଟ ବ୍ୟାଙ୍କ ସୃଷ୍ଟି କରିବାକୁ ଚାଲ ଖେଳିପାରନ୍ତି ବୋଲି ଆଶା କରାଯାଉଥିଲା ହେଲେ ସେମିତି କିଛି ହୋଇନଥିଲା  । ରାହୁଲଙ୍କ ଭାଷଣରେ କିଛି ନୂତନତ୍ବ ନଥିଲା ଯାହା ଆଗାମୀ ନିର୍ବାଚନ ପାଇଁ ବଡ଼ ଫ୍ୟାକ୍ଟର ସାଜିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି  ।

Get real time updates directly on you device, subscribe now.

Comments
Loading...