News World Odisha
Current News Updates

ଟିକଟ ଆଶାରେ ଟୁଟୁ ? ନବୀନଙ୍କ କ୍ୟାମ୍ପରେ ବସନ୍ତଙ୍କ ପୁତୁରା

0 187

Get real time updates directly on you device, subscribe now.

ଗେରୁଆ ଗଳିରୁ ସବୁଜ ଶିବିର ଆସିଲେ ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ଟୁଟୁ ପଣ୍ଡା  । ବିଜେପି ଛାଡ଼ି ବିଜେଡିରେ ମିଶିଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ଟୁଟୁ ପଣ୍ଡା  । ଆଜି ଶତାଧିକ ସମର୍ଥକଙ୍କ ସହ ଟୁଟୁ ନବୀନଙ୍କ କ୍ୟାମ୍ପରେ ସାମିଲ ହୋଇଛନ୍ତି  । ତେବେ ବିଜେପିରେ ଏତେ ଦିନ କାମ କଲା ପରେ ବି ତାଙ୍କୁ ଦଳରେ ଉଚିତ ସମ୍ମାନ ମିଳିନଥିବା ଟୁଟୁ କହିଛନ୍ତି  ।

ନୂଆପଡ଼ାରେ ବିଜେପି ବିଶୃଙ୍ଖଳି ହୋଇପଡ଼ିଛି  । ଦଳ ପାଇଁ ଅନେକ କାମ କରିବା ପରେ ବି ମୋତେ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତତି ଟୁଟୁ  । ବିଜେପିର କଥା ଓ କାମରେ ବଡ଼ ଫରକ ଅଛି ତେଣୁ ମୁଁ ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଲି  । ନବୀନ ଅଳ୍ପ କଥା କୁହନ୍ତି ହେଲେ ଅନେକ କାମ କରନ୍ତି ବୋଲି ଟୁଟୁ କହିଛନ୍ତି  । ତେବେ ଆଗାମୀ ନିର୍ବାଚନରେ ବିଜେପି ରଥରେ ବ୍ରେକ ଲଗାଇବା ସହ ବସନ୍ତଙ୍କ ବିରୋଧରେ ସେ ସବୁ ସହଯୋଗ କରିବେ ବୋଲି କହିଛନ୍ତି  ।

ବସନ୍ତ ପଣ୍ଡାଙ୍କ ପୁତୁରା ବିଜେପି ଛାଡ଼ି ବିଜେଡିରେ ମିଶିବା ଆଉ ନିଜ କାକାଙ୍କ ବିରୋଧରେ ଲଢ଼େଇ କରିବା କଥାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କି ରାଜନୀତିରେ ରକ୍ତ ସମ୍ପର୍କ ବି ପର ହୋଇଯାଏ  । ଟିକଟ, କ୍ଷମତା ଓ ଯୁଦ୍ଧ ଜିତିବାକୁ ସମ୍ପର୍କ ସମ୍ପର୍କ ମଧ୍ୟରେ ଲଢ଼େଇ ଲାଗିବାକୁ ମଧ୍ୟ କେହି ପଛାଇ ନଥାନ୍ତି  । ତେବେ ଆଗାମୀ ନିର୍ବାଚନରେ ନବୀନ କ୍ୟାମ୍ପରୁ ଟୁଟୁ ବସନ୍ତଙ୍କ ରଥକୁ କେମିତି ରୋକୁଛନ୍ତି ତାକୁ ଅପେକ୍ଷା  ।

Get real time updates directly on you device, subscribe now.

Comments
Loading...