News World Odisha
Current News Updates

ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ପ୍ରବୋଧ, ଲାଜରୁସ୍

0 151

Get real time updates directly on you device, subscribe now.

ହକି ଷ୍ଟିକ୍ ଛାଡ଼ି ହକ ପାଇଁ ଲଢେଇ କରିବେ ହକି ଖେଳାଳି  । ବ୍ଲୁ ଟର୍ଫର ମୋହ ତୁଟାଇ ଏବେ ପଲିଟିକ୍ସରେ ପାଦ ଦେବେ ପୂର୍ବତନ ହକି ପ୍ଲେୟର  । ରାଜନୀତିରେ ଖେଳାଳିଙ୍କ ଚାହିଦା ଦିନକୁ ଦିନ ବଢ଼ୁଥିବାରୁ ଏବେ ଓଡ଼ିଶାର ଖେଳାଳିଙ୍କ ଇଚ୍ଛା ରାଜନୀତି ଆଡ଼କୁ ବଢ଼ୁଛି  । ତେବେ ଆଗାମୀ ୧୯ ନିର୍ବାଚନରେ ଓଡ଼ିଶାରେ ୩ ରାଜନୈତିକ ଦଳଙ୍କ ମଧ୍ୟରେ କାଣ୍ଟେ କା ଟକ୍କର ହେବାକୁ ଥିବାବେଳେ ଭୋଟ ହାତେଇବାକୁ ଏବେ ସବୁ ପ୍ରମୁଖ ଦଳମାନେ ସେଲିବ୍ରିଟି କାର୍ଡ଼ ଖେଳୁଛନ୍ତି  । ଆଉ ଏଇ ସମୟରେ ରାଜନୀତିକୁ ପ୍ରବେଶ କରିବାକୁ ଇଚ୍ଛା କରିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତୀର୍କୀ। ନିଜ ଅଞ୍ଚଳ ପାଇଁ କିଛି କାମ କରିବାକୁ ସେ ରାଜନୀତିରେ ପ୍ରବେଶ କରିବାକୁ ଚାହିଁଛନ୍ତି  ।


ପ୍ରବୋଧ ତୀର୍କୀ

ତେବେ ଦିଲ୍ଲୀପ ତୀର୍କୀଙ୍କ ପରେ ପ୍ରବୋଧଙ୍କୁ ଏବେ ଘାରିଛି ରାଜନୀତି ନିଶା। ରାଜନୀତି ପ୍ରତି ତାଙ୍କର ରୁଚିଥିବାରୁ ସେ ଏବେ ପାଦ ଥାପିବାକୁ ଚାହୁଁଛନ୍ତି । ହକିରୁ ସନ୍ୟାସ ନେବା ପରେ କିଛି ରାଜନୈତିକ ଦଳ ମଧ୍ୟ ତାଙ୍କୁ ରାଜନୀତିକୁ ଆସିବାକୁ ଯୋଗାଯୋଗ କରୁଛନ୍ତି  । ମାତ୍ର କୌଣସି ଦଳ ତାଙ୍କୁ କିନ୍ତୁ ଟିକେଟ୍‌ ଦେବାକୁ କହୁନାହାନ୍ତି । ତେଣୁ ନିର୍ବାଚନ ଲଢ଼ିବାକୁ ଟିକଟ ଖଣ୍ଡେ ପାଇଁ ସେ ଏକ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ଦଳକୁ ପ୍ରସ୍ତାବ ଦେଇଛନ୍ତି  । ପ୍ରବୋଧଙ୍କ ପୂର୍ବରୁ ଦିଲ୍ଲୀପ ତୀର୍କୀ । ମଧ୍ୟ ଖେଳରୁ ରାଜନୀତିକୁ ପ୍ରବେଶ କରିଥିଲେ  । ପ୍ରଥମେ ରାଜ୍ୟସଭା ଏବଂ ୨୦୧୪ରେ ସୁନ୍ଦରଗଡ଼ ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ପ୍ରବୋଧଙ୍କ ଇଚ୍ଛା ମଧ୍ୟ ସେ ସୁନ୍ଦରଗଡ଼ ପାଇଁ କାମ କରିବେ। ବାଲିଶଙ୍କରା ବ୍ଲକ୍‌ ପାଇଁ କାମ କରିବେ ।

ଲାଜରୁସ୍‌ ବାର୍ଲା

ସେପଟେ ପ୍ରବୋଧଙ୍କ ପରି ଆଉ ଜଣେ ଅଲମ୍ପିଆନ୍‌ ତଥା ଷ୍ଟାର୍‌ ହକି ପ୍ଲେୟର ଲାଜରୁସ୍‌ ବାର୍ଲା ମଧ୍ୟ ଟିକେଟ୍‌ ଆଶାୟୀ ଅଛନ୍ତି । ବିଶେଷ କରି ବିଜେଡି ଟିକଟରେ ସୁନ୍ଦରଗଡର ସାଂସଦ ପାଇଁ ଲଢ଼ିବାକୁ ଲାଜରୁସ୍‌ ଇଚ୍ଛା ପ୍ରକାଶ କରିଛନ୍ତି । ଯଦି କୌଣସି ଦଳ ଏଥର ନିର୍ବାଚନରେ ତାଙ୍କୁ ଟିକେଟ୍‌ ଦିଏ ତେବେ ସେ ନେବାକୁ ଆଗ୍ରହ ପ୍ରକାଶ କରିବେ ବୋଲି କହିଛନ୍ତି । ତେବେ ପ୍ରବୋଧ, ଲାଜରୁସ୍‌ ସୁନ୍ଦରଗଡ଼ର ବାସିନ୍ଦା ହୋଇଥବାରୁ ଏହି ୨ ସ୍ପୋର୍ଟ୍ସ ଷ୍ଟାରଙ୍କୁ କେଉଁ ଦଳ ଟିକେଟ ଦେଇ ନିଜ ଦଳକୁ ନେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ  ।

Get real time updates directly on you device, subscribe now.

Comments
Loading...