News World Odisha
Current News Updates

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ

0 101

Get real time updates directly on you device, subscribe now.

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ । ୬୩ ବର୍ଷରେ ଇହଧାମ ତ୍ୟାଗ କରିଛନ୍ତି ପାରିକର । ଦୀର୍ଘଦିନ ଧରି ପାନକ୍ରିଆଟିକ କ୍ୟାନସର ବା ଅଗ୍ନାଶୟ କର୍କଟ ରୋଗରେ ପୀଡ଼ିତ ପାରିକରଙ୍କ ଅବସ୍ଥା ଆଜି ହଠାତ ଅତି ଗୁରୁତର ହୋଇପଡ଼ିଥିଲା ।

ବର୍ଷକ ତଳେ ଆମେରିକା, ଦିଲ୍ଲୀ ଏମସ ଏବଂ ମୁମ୍ବାଇର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା ହୋଇ ଆସୁଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ ସେଭଳି କିଛି ଉନ୍ନତି ଦେଖାଦେଇନଥିଲା । ଶେଷରେ ଆଜି ନିଜ ବ୍ୟକ୍ତିଗତ ବାସଗୃହରେ ସେ ଦେହ ତ୍ୟାଗ କରିଛନ୍ତି । ଖବର ପାଇବା ପରେ ସାରା ଦେଶ ଦୁଃଖ ପ୍ରକାଶ କରିଥିବା ବେଳେ ରାଷ୍ଟ୍ରପତି ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments
Loading...