News World Odisha
Current News Updates

ଦେଶ ହରାଇଲା ଜଣେ ଲୋକପ୍ରିୟ ନେତା…

0 138

Get real time updates directly on you device, subscribe now.

ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ପାନକ୍ରିଆଟିକ କ୍ୟାନସର ବା ଅଗ୍ନାଶୟ କର୍କଟ ରୋଗରେ ପୀଡ଼ିତ ପାରିକରଙ୍କ ୬୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶନିବାର ରାତିରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିଲା । ପାଣାଜି ଡୋନା ପାଉଲା ଠାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବର୍ଷକ ତଳେ ଆମେରିକା, ଦିଲ୍ଲୀ ଏମସ ଏବଂ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ହୋଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ ସେଭଳି କିଛି ଉନ୍ନତି ଦେଖାଦେଇନଥିଲା । ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ ପାରିକର । ପିଲାବେଳୁ ଆରଏସଏସ ସହ ଜଡିତ ପାରିକର ବମ୍ବେ ଆଇଆଇଟିରୁ ସ୍ନାତକତ୍ତୋର କରିଥିଲେ । ପରେ ସେ ଆରଏସଏସ ସଂଘଚାଳକ ଭାବେ ଦାୟିତ୍ୱ ନେଇଥିଲେ । ସେଠାରୁ ହିଁ ପଡ଼ିଥିଲା ତାଙ୍କ ରାଜନୈତିକ ଜୀବନର ମୁଳଦୂଆ । ୧୯୮୮ରେ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିଲେ । ପରେ ୧୯୯୧ରେ ଦକ୍ଷିଣ ଗୋଆ ଲୋକସଭା ଆସନରୁ ସେ ବିଜେପି ପ୍ରାର୍ଥୀ ହୋଇଥିଲେ । ଖୁବ କମ ସମୟରେ ଜଣେ ଲୋକପ୍ରିୟ ଓ ଦକ୍ଷ ନେତା ଭାବେ ପ୍ରସିଦ୍ଧି ବଢିଥିଲା । ୧୯୯୪ରେ ତାଙ୍କ ନେତୃତ୍ୱରେ ହିଁ ଗୋଆ ବିଧାନସଭାରେ ୪ଟି ଆସନ ଜିଣି ପ୍ରଥମ ଏଣ୍ଟ୍ରି ମାରିଥିଲା ବିଜେପି । ପ୍ରଥମ ଆଇଆଇଟିଆନ ଭାବେ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ମଧ୍ୟ ମନୋହରଙ୍କ ନାମରେ ରହିଛି । ୩ଥର ଗୋଆ ମୁଖ୍ୟମନ୍ତ୍ରୀ ଓ ଥରେ କେନ୍ଦ୍ରମନ୍ତ୍ରୀ ଭାବେ ପଦଭାର ନେଇଥିଲେ ମନୋହର । ତେବେ ଚତୁର୍ଥ ପାରିରେ ସେ କାର୍ଯ୍ୟକାଳ ଶେଷ ପୂର୍ବରୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମନୋହରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିବା ସହ ଦେଶ ଜଣେ ଲୋକପ୍ରିୟ ନେତାଙ୍କୁ ହରାଇଲା ବୋଲି ଟ୍ଵିଟ କରି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ଵିଟ କରି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ପ୍ରଦାନ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.

Comments
Loading...