News World Odisha
Current News Updates

ଇଣ୍ଡୋନେସିଆ ଜାକର୍ତ୍ତା ପପୁଆ ଅଞ୍ଚଳରେ ବନ୍ୟା ବିଭୀଷିକା: ୫୦ରୁ ଅଧିକ ମୃତ

0 86

Get real time updates directly on you device, subscribe now.

ଇଣ୍ଡୋନେସିଆ ଜାକର୍ତ୍ତା ପପୁଆ ଅଞ୍ଚଳରେ ବନ୍ୟା ବିଭୀଷିକା । ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଲଗାଣ ବର୍ଷା ଯୋଗୁଁ ଜୟପୁରାର ଅନେକ ଅଞ୍ଚଳ ବନ୍ୟା ଜଳ ଘେରରେ ରହିଛି । ସନ୍ଧ୍ୟା ସମୟରେ ବନ୍ୟା ପାଣି ମାଡି ଆସିବାରୁ ଅନେକ ଲୋକ ନିଖୋଜ ଥିବା ବେଳେ ଏବେ ବି ସେମାନଙ୍କର କୌଣସି ଖୋଜଖବର ମିଳିନି। ପ୍ରାୟ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ବି ଜାରି ରହିଥିବା ଜଣାପଡ଼ିଛି ।

ବନ୍ୟାରେ ଅନେକ ଲୋକଙ୍କ ବାସଗୃହ, ଦୋକାନ ଘର ଭାସି ଯାଇଥିବା ଆପତ୍ତିକାଳୀନ ସଂସ୍ଥା ପକ୍ଷରୁ ସୂଚନା ମିଳିଛ । ଏଥିରେ ପ୍ରାୟ ୨୧ ଜଣ ଗୁରୁତର ଆହାତ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଗୁରୁତର ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.

Comments
Loading...