News World Odisha
Current News Updates

ସର୍ଜିକାଲ୍ ଷ୍ଟ୍ରାଇକରଙ୍କୁ ଶେଷ ସଲାମ

0 162

Get real time updates directly on you device, subscribe now.

ଶେଷରେ କ୍ୟାନସର ସହ ଲଢ଼ି ହାରି ଯାଇଛନ୍ତି ପାରିକର । ଦୀର୍ଘଦିନ ଧରି ପ୍ୟାନକ୍ରିଆଟିକ୍ କ୍ୟାନସରରେ ଆକ୍ରାନ୍ତ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ନିଜ ବ୍ୟକ୍ତିଗତ ବାସଭବନରେ ଦେହ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସାରା ଦେଶ ଦୁଃଖ ପ୍ରକାଶ କରିଛି । ନିଜ ରାଜନୈତିକ ଜୀବନରେ ପାରିକର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଥିଲେ । ସର୍ଜିକାଲ ଷ୍ଟ୍ରାଇକର ପଛର ମୁଖ୍ୟ ନାୟକ ଭାବେ ମନୋହର ପାରିକରଙ୍କର ମପଖ୍ୟ ଭୂମିକା ଥିଲା । ଏପରିକି ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବା ସତ୍ତ୍ୱେ ସେ ଅଫିସ ଆସି କାମ ତଦାରଖ କରୁଥିଲେ । ନିକଟରେ ମଣ୍ଡୋଭି ଠାରେ ଥିବା ଏକ କାର୍ଯ୍ୟରତ ବ୍ରିଜର କାମ ତଦାରଖ କରିବା ପାଇଁ ସେ ଆସିଥିଲେ । ନାକରେ ପାଇପ ଲଗାଇ ଲୋକଙ୍କ ସାମ୍ନାକୁ ଆସିଥିଲେ । ତାଙ୍କ କର୍ତ୍ତବ୍ୟନିଷ୍ଠା ଦେଖି ଅନେକ ଲୋକ ପ୍ରଶଂସା କରିଥିଲେ । ତେବେ ଏଭଳି ଜଣେ କର୍ତ୍ତବ୍ୟନିଷ୍ଠ ରାଜନେତାଙ୍କୁ ହରାଇ ସାରା ଦେଶ ଶୋକ ପ୍ରକାଶ କରିଛି ।       

Get real time updates directly on you device, subscribe now.

Comments
Loading...