News World Odisha
Current News Updates

ରାଉରକେଲା ଏନ୍‌.ଆଇ.ଟି.ର ସଫଳତା: ଭୂମିକମ୍ପ ନେଇ ପୂର୍ବରୁ ମିଳିବ ସୂଚନା…

0 144

Get real time updates directly on you device, subscribe now.

ଭୂମିକମ୍ପ ନେଇ ପୂର୍ବରୁ ମିଳିବ ସୂଚନା । ଏଭଳି ଏକ ଟେକ୍ନୋଲୋଜି ଉଦ୍ଭାବନ କରିବାରେ ସଫଳ ହୋଇଛି ରାଉରକେଲା ଏନ୍‌ଆଇଟି । ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତା ଗଠିତ ଏକ ଟିମ୍‌ ସଫଳତା ଲାଭ କରିଛି । ଭୂମିକମ୍ପର ଆଗୁଆ ସୂଚନା ପାଇଁ ରାଉରକେଲା ସହ ଦେଶର ୮ଟି ସ୍ଥାନରେ ଷ୍ଟେସନ ପ୍ରତିଷ୍ଠା କରାଯାଇଛି ।
ରାଉରକେଲା ଏନ୍‌.ଆଇ.ଟି.ର ସଫଳତା । ଉଦ୍ଭାବନ ହୋଇଛି ଭୂକମ୍ପ ସୂଚନା ପ୍ରଦାନକାରୀ ମେସିନ । ଏନ୍‌ଆଇଟି ଗଣିତ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀଙ୍କ ସହ ପିଏଚ୍‌ଡି ଛାତ୍ର ଟି. ଦିଲେଶ୍ୱର ରାଓ ଏବଂ ପି.ଏମ୍‌. କରୁଣାକର ଏହି ଯନ୍ତ୍ର ନିର୍ମାଣରେ ସଫଳ ହୋଇଛନ୍ତି । ପୃଥିବୀର ବିଭିନ୍ନ ସ୍ଥାନରୁ ବାହାରୁଥିବା ରାଡନ ଗ୍ୟାସର ସାନ୍ଧ୍ରତାକୁ ମାପି ଭୂମିକମ୍ପ ସମ୍ପର୍କରେ ଆଗୁଆ ସୂଚନା ମିଳିପାରିବ ।

ବୋର୍ଡ ଅଫ୍‌ ରିସର୍ଚ ନ୍ୟୁ କ୍ଲିୟର ସାଇନ୍ସର ଅଟୋମିକ୍‌ ଏନର୍ଜି ବିଭାଗ ସହଯୋଗରେ ଭାବା ଆଟୋମିକ୍‌ ରିସର୍ଚ ସେଣ୍ଟର ବୈଜ୍ଞାନିକ ଓ ରାଉରକେଲା ଏନ୍‌.ଆଇ.ଟିର ଏହି ଟିମ୍‌ ୪ ବର୍ଷ ଧରି ଏହା ଉପରେ ଗବେଷଣା କରୁଥିଲେ । ଭୂମିକମ୍ପର ଆଗୁଆ ସୂଚନା ପାଇଁ ରାଉରକେଲା ସହ ଦେଶର ୮ଟି ସ୍ଥାନରେ ଷ୍ଟେସନ ପ୍ରତିଷ୍ଠା କରାଯାଇଛି ।

ଭୂମିକମ୍ପ ସୂଚନା ପ୍ରଦାନକାରୀ ଯନ୍ତ୍ରର ଅଧିକ ବିକାଶ ପାଇଁ ଅଧିକ ଗବେଷଣା ଜାରି ରହିଛି ।

Get real time updates directly on you device, subscribe now.

Comments
Loading...