News World Odisha
Current News Updates

ହୋଲି ପାଇଁ ସଜବାଜ

0 68

Get real time updates directly on you device, subscribe now.

ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ସବୁଠି ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବଜାରରେ ବିକ୍ରି ହେଉଛି ଭଳିକି ଭଳି ରଙ୍ଗ । କିଣିବା ପାଇଁ ଜମୁଛି ଗ୍ରାହକଙ୍କ ଭିଡ଼ । ଆସନ୍ତା ଶୁକ୍ରବାର ରଙ୍ଗର ପର୍ବ ହୋଲି  । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି  ସହରର ଭିନ୍ନ ସ୍ଥାନରେ ଏବେଠାରୁ ବିକ୍ରି ଆରମ୍ଭ ହୋଇଗଲାଣି ଭଳିକି ଭଳି ରଙ୍ଗ । ଏହାସହ ହୋଲି ଖେଳିବା ବେଳେ ମୁଣ୍ଡରେ ଓ ମୁହଁରେ ପିନ୍ଧିବାକୁ ବିଭିନ୍ନ ପ୍ରକାରର ଟୋପି ଓ ମୁଖା ମଧ୍ୟ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ରଙ୍ଗରୁ ଭଲ ଦୁଇ ପଇଶା ରୋଜଗାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ଚଳିତ ହୋଲିରେ କ୍ୟାମିକାଲ ରଙ୍ଗକୁ ପରିତ୍ୟାଗ କରି ସଦ୍ବେଶୀ ରଙ୍ଗକୁ ଅଧିକମାତ୍ରାରେ ଗ୍ରାହକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ବିଶେଷକରି ଛୋଟ ଛୁଆଙ୍କ ପାଇଁ ମୁଖା ଓ ଟୋପି କିଣିନେଉଛନ୍ତି ଗ୍ରାହକ  । କ୍ୟାମିକାଲ୍‌ ରଙ୍ଗକୁ ଦୁରେଇ ପ୍ରାକୃତିକ ରଙ୍ଗ ବ୍ୟବହାରକୁ ଗରୁତ୍ବ ଦିଆଯିବା ପାଇଁ ସଚେତନତା କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments
Loading...