News World Odisha
Current News Updates

ନାମାଙ୍କନ ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେଲେ ନବୀନ

0 147

Get real time updates directly on you device, subscribe now.

ଗଂଜାମ ତାରା ତାରିଣୀ ମନ୍ଦିରରେ ପହଂଚି ମାଆଙ୍କ ଆଶୀର୍ବାଦ ନେଇଛନ୍ତି ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ହିଂଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ମଙ୍ଗଳବାର ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ହିଞ୍ଜିଳି ନିର୍ବାଚନମଣ୍ଡଳୀ ଏହି ପର୍ଯ୍ୟାୟରେ ରହିଛି । ତେଣୁ ଆଜି ନବୀନ ଛତ୍ରପୁର ଠାରେ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ।  ସେହିପରି ନବୀନ ୧୧ଟା ୧୫ରେ ପ୍ରାର୍ଥୀପତ୍ର ଦାଖଲ କରି ୧୧ଟା ୪୫ରେ ଭୁବନେଶ୍ୱର ଫେରିବେ । ଅନ୍ୟପଟେ ବିଜେପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ୨୫ ତାରିଖରେ ନାମାଙ୍କନ ଦାଖଲ କରିପାରନ୍ତି । ଚଳିତ ବର୍ଷ  ପ୍ରଥମ ଥର ପାଇଁ ୨ଟି ନିର୍ବାଚନ ମଣ୍ଡଳୀରୁ ଲଢିବେ ନବୀନ ।

Get real time updates directly on you device, subscribe now.

Comments
Loading...