News World Odisha
Current News Updates

ଦୁଇ ବର୍ଷ ହେବ ମାଲିକ ସହ ରହୁଥିଲେ ୪୫ଟା ସାପ…

0 299

Get real time updates directly on you device, subscribe now.

ଘର କିମ୍ବା ଆଖପାଖରେ ଯଦି ସାପ ଦେଖିବାକୁ ମିଳେ ତେବେ ଭୟରେ ଅବସ୍ଥା ଖରାପ ହୋଇଯାଇଥାଏ । କିନ୍ତୁ ଥରେ ଭାବନ୍ତୁ ସେଇ ବ୍ୟକ୍ତିର କଣ ଅବସ୍ଥା ହୋଇଥିବ ଯେତେବେଳେ ସେ ଜାଣିବାକୁ ପାଇଥିବ ତା ଘରେ ଏକ ନୁହେଁ ଦୁଇ ନୁହେଁ ବରଂ ୪୫ଟି ସାପ ଅଛନ୍ତି । ସେ ସମସ୍ତ ସାପ ବର୍ଷ ବର୍ଷ ଧରି ବ୍ୟକ୍ତି ଜଣଙ୍କ ଘରେ ବାସ କରୁଥିଲେ । ଏହି ସାପ ମାନଙ୍କର ଏକ ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା ତାଙ୍କୁ ଏଯାବତ୍ ୧୯ ଲକ୍ଷ ଲୋକ ଦେଖି ସାରିଲେଣି । ତେବେ ଦେଖନ୍ତୁ ଏହି ଲୋମହର୍ଷଣକାରୀ ଭିଡ଼ିଓ ଯେଉଁଠି ସାପ ମାନେ ବିଭିନ୍ନ ସ୍ଥାନରେ ଗୋଡ଼େଇ ହୋଇରହିଛନ୍ତି ।

ଏହି ଘଟଣା ଟେକ୍ସାସରେ ଦେଖିବାକୁ ମିଳିଛି । ଦିନେ କେବୁଲ ତାର ଖରାପ ହୋଇଯିବାରୁ ତାକୁ ଠିକ୍ କରାଇବା ପାଇଁ ସେ ଘର ତଳକୁ ଆସିଥିଲେ । ସେଠି ପହଁଞ୍ଚି ଯେମିତି ସେ ତଲକୁ ଦେଖିଛନ୍ତି ତାଙ୍କ ହୋସ୍ ଉଡ଼ିଗଲା । ସେ ତୁରନ୍ତ ସ୍ନେକ୍ ହେଲ୍ପଲାଇନକୁ ଡକାଇ ସାପ ମାନଙ୍କୁ ଉଦ୍ଧାର କରିଲେ । ପରେ ଉଦ୍ଧାରକାରୀ ମାନେ ସମସ୍ତ ସାପକୁ ଜଙ୍ଗଲ ମଧ୍ୟକୁ ଛାଡ଼ିଦେଲେ ଯେଉଁଠି ଦୂର ଦୂର ପର୍ଯ୍ୟନ୍ତ ଜନଜୀବନ ବସବାସ କରୁନାହାନ୍ତି ।

Get real time updates directly on you device, subscribe now.

Comments
Loading...