News World Odisha
Current News Updates

ଅପରାଜିତାଙ୍କ ପାଇଁ ଅନନ୍ତଙ୍କୁ ଆବାହନ ?

0 593

Get real time updates directly on you device, subscribe now.

ଅପରାଜିତାଙ୍କୁ ଚେକ ଦେବାକୁ ‘ଅନନ୍ତ ଅସ୍ତ୍ର’ ଖେଳିଛି ବିଜେଡି  । ଭୁବନେଶ୍ବରରେ ଯେମିତି ଅପରାଜିତା ନଫୁଟେ ସେଥିପାଇଁ ଅନନ୍ତଙ୍କୁ ଆବାହନ କରିଛି ବିଜେଡି  । ଅପରାଜିତା  ଷଡ଼ଙ୍ଗୀଙ୍କ ବିଜୟ ବସରେ ବ୍ରେକ ଦେବାକୁ ଘରେ ଘରେ ପରିଚିତ ଅନନ୍ତଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି  । ଆଜି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ ପାଇଁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ପ୍ରାର୍ଥୀ କରିଛି ବିଜେଡି  । ତେବେ ବିଜେପି ଜଗନ୍ନାଥ ପ୍ରଧାନଙ୍କୁ ଭୁବନେଶ୍ବର ମଧ୍ୟ ପାଇଁ ବିଧାୟକ ପ୍ରାର୍ଥୀ କରିଥିବା ବେଳେ ଅନନ୍ତଙ୍କୁ କିନ୍ତୁ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତାଙ୍କୁ ଚେକ୍ ଦେବାକୁ ପ୍ରାର୍ଥୀ କରାଯାଇଛି ବୋଲି ଚର୍ଚ୍ଚା ହେଉଛି  ।

ଅନନ୍ତ ଜେନା ( ବିଜେଡିର ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ)

ସେପଟେ କିଛି ଦିନ ତଳେ ପୂର୍ବତନ ମେୟର ଅନନ୍ତ ଜେନାଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ବିଡିଏ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା  । ମାତ୍ର ଅନନ୍ତ ସେଥିରେ ଖୁସି ନଥିବା ଜଣାପଡ଼ିଥିଲା  । ଅଧ୍ୟକ୍ଷ ପଦ ପାଇ ଅନନ୍ତ ଅଭିମାନ କରିଥିଲେ  । ଆଉ ଆଜି ଅନନ୍ତଙ୍କ ଅଭିମାନ ଭାଙ୍ଗି ବିଜେଡି ସୁପ୍ରିମୋ ଅନନ୍ତଙ୍କୁ ବିଧାୟକ ପ୍ରାର୍ଥୀ କରିଛନ୍ତି  । ତେବେ ଯେବେଠାରୁ ଅନନ୍ତ ଅଭିମାନ କରିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ସେବେଠାରୁ ଅନନ୍ତ ପରୋକ୍ଷ ନିର୍ବାଚନ ଛାଡ଼ି ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ିବାରୁ ଆଶା କରିଥିବା ଅନୁମାନ କରି ହେଉଥିଲା  । ସେପଟେ ବିଜେପି ଭୁବନେଶ୍ବର ଲୋକସଭା ପାଇଁ ପ୍ରଶାସିକାରୁ ପଲିଟିସିଆନ ସାଜିଥିବା ଅପରାଜିତାଙ୍କୁ ପ୍ରାର୍ଥୀ କରିବା ପରେ ତାଙ୍କୁ ଚେକ ଦେବାକୁ ବିଜେଡି ଖୋଜୁଥିଲା ଟାଣୁଆ ନେତା  । ଆଉ ତାପରେ ପ୍ରଶାସକଙ୍କୁ ପୋଲିସ ପ୍ଲାନରେ କାଟିବାକୁ ଅରୂପଙ୍କୁ ଓହ୍ଲାଇଥିଲା ବିଜେଡି  । ଅରୂପ ଭୁବନେଶ୍ବର ଲୋକଙ୍କ ସହ ଏତେ ଜଡ଼ିତ ନଥିବାରୁ ଲୋକସଭା ଆସନ ଜିତିବାକୁ ବୁନୁଙ୍କୁ ବ୍ରହ୍ମାସ୍ତ୍ର କରିଛି ବିଜେଡି  ।

ଅପରାଜିତା ଷଡ଼ଙ୍ଗୀ ( ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ )

ମେୟର ହିସାବରେ ଭୁବନେଶ୍ବରର ଘରେ ଘରେ ପରିଚିତ ଅଛନ୍ତି ଅନନ୍ତ  । ଆଉ ସମସ୍ତଙ୍କ ସୁଖ ଦୁଃଖରେ ସାଥ୍ ଦେଉଥିବା ବୁନୁଙ୍କୁ ବିଧାୟକ ପ୍ରାର୍ଥୀ କଲେ ବୁଲୁଙ୍କ ମାଧ୍ୟମରେ ଅରୂପଙ୍କୁ ବିଜୟ ପାଇଁ ବ ମିଳିବ  । ଅପରାଜିତା ଅନେକ ଦିନ ହେବ ନିଜର କ୍ଷେତ୍ର ତିଆରି କରିବାରେ ଲାଗି ପଡ଼ିଥିବା ବେଳେ କେବଳ ଅନନ୍ତ ହିଁ ତାଙ୍କ ବାଟ ଓଗାଳିପାରିବେ  ବୋଲି ଚର୍ଚ୍ଚା ହେଉଥିଲା । ଆଉ ଶେଷରେ ଆଜି ବୁନୁଙ୍କୁ ବିଧାୟକ ପ୍ରାର୍ଥୀ କରିଛି ବିଜେଡି  । ତେବେ ବୁନୁଙ୍କୁ ବହ୍ମାସ୍ତ୍ର କରିଥିବା ବିଜେଡି ଭୁବନେଶ୍ବରରେ ବିଜୟର ବାନା ଉଡ଼ାଉଛି କି ନାହିଁ ତାହା ରେଜଲ୍ଟ ବାହାରିଲେ ଜଣାପଡ଼ିବ  ।

Get real time updates directly on you device, subscribe now.

Comments
Loading...