News World Odisha
Current News Updates

ଅର୍ଥମନ୍ତ୍ରୀଙ୍କୁ ଶନିଦଶା ? ଯିଏ ଦାୟିତ୍ବ ନେଉଛନ୍ତି, ସିଏ ଦୂରେଇ ଯାଉଛନ୍ତି…

0 417

Get real time updates directly on you device, subscribe now.

କୁହାଯାଏ ‘ଅର୍ଥ ସବୁ ଅନର୍ଥର ମୂଳ’ । ଏକଥା ଆମେ ଅନେକ ଥର ଶୁଣିଥିଲେ ମଧ୍ୟ ଏବେ ମନ୍ତ୍ରୀମାନଙ୍କ କ୍ଷେତ୍ରରେ ଏହା ପ୍ରତିଫଳିତ ହେବାର ଲାଗିଛି । ଯିଏ ଅର୍ଥମନ୍ତ୍ରୀ ହୋଇଛି ତାଙ୍କ ରାଜନୈତିକ ଗ୍ରାଫ ଟିକେ ଖସିଛି । କହିବାକୁ ଗଲେ ରାଜନୀତିକ କ୍ୟାରିୟର ଗୋଲ ହୋଇଯାଇଛି । ଅତୀତରେ ଅନେକ ମନ୍ତ୍ରୀ ଅର୍ଥ ବିଭାଗ ପାଇବା ପରେ ସେମାନଙ୍କର ରାଜନୈତିକ ଫ୍ୟୁଚର ଅନ୍ଧାରକୁ ଠେଲି ହୋଇଯାଇଛି

ଶଶିଭୂଷଣ ବେହେରା

ଅର୍ଥାତ ପୁନଶ୍ଚ ସେମାନଙ୍କୁ ସେହି ଅର୍ଥ ବିଭାଗର ଦାୟିତ୍ବ ମିଳି ନାହିଁ ବା ଦଳ ତାଙ୍କୁ ଗ୍ରହଣ କରି ନାହିଁ । ଆଜି ଘୋଷିତ ପ୍ରାର୍ଥୀ ତାଲିକାରେ ଭୁବନେଶ୍ବର ଜୟଦେବ ବିଧାନସଭା ଆସନରୁ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ବାଦ ଦେଇ ଏହି ଆସନରୁ ଅରବିନ୍ଦ ଢ଼ାଲିଙ୍କୁ ପ୍ରାର୍ଥୀ କରାଯାଇଛି । ଶଶିଭୂଷଣଙ୍କ ନାଁ ନଥିବାରୁ ଏବେ ମନ୍ତ୍ରୀଙ୍କୁ ଅଶୁଭ ଅର୍ଥ ବିଭାଗ ଅଶୁଭ କୁହାଯାଉଛି । ସବୁ ବିଧାୟକଙ୍କ ସ୍ୱପ୍ନ ଥାଏ ମନ୍ତ୍ରୀ ହେବାକୁ । ଆଉ ମନ୍ତ୍ରୀପଦ ଭିତରେ ଯଦି ଅର୍ଥ ବିଭାଗ ମିଳିଗଲା ତାହେଲେ ସୋନେପେ ସୁହାଗା । ଅର୍ଥ ବିଭାଗ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ସମ୍ମାନ ଜନକ ମଧ୍ୟ ।

ପ୍ରସନ୍ନ ଆଚାର୍ଯ୍ୟ
ପ୍ରଫୁଲ୍ଲ ଘଡ଼ାଇ

ତେଣୁ ଯେଉଁ ମାନଙ୍କୁ ଅର୍ଥ ବିଭାଗ ମିଳେ ସେହି ମନ୍ତ୍ରୀମାନେ ପାଦେ ପାଦେ ବଡ଼ ହୁସିଆର ସହ କାମ କରନ୍ତି । ତେବେ ଅତୀତରେ ଯେଉଁ ମନ୍ତ୍ରୀଙ୍କୁ ଅର୍ଥ ବିଭାଗ ମିଳିଛି । ପରବର୍ତ୍ତୀ ସମୟରେ ସେମାନଙ୍କ ପଦବୀ ଯାଇଛି । ଯେମିତିକି ପଞ୍ଚାନନ କାନୁନଗୋ, ରାମକୃଷ୍ଣ ପଟ୍ଟନାୟକ , ପ୍ରଫୁଲ ଘଡ଼ାଇ, ପ୍ରସନ୍ନ ଆଚର୍ଯ୍ୟଙ୍କ ଭଳି ଏମିତି ଅନେକ ନେତା ଅର୍ଥ ବିଭାଗରେ ଦାୟିତ୍ବ ତୁଲାଇବା ପରେ ତାଙ୍କ ରାଜନୈତିକ ଜୀବନରେ ଏକ ଝଡ଼ ମାଡ଼ିଆସିଛି । ଅତୀତରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥମନ୍ତ୍ରୀ କରିବା ପରେ ତାଙ୍କୁ ଦଳ ଏକ ସୁବର୍ଣ୍ଣ ସୁଯୋଗ ଦେଇଥିଲା । ପ୍ରସନ୍ନଙ୍କୁ ରାଜ୍ୟସଭା ପଠାଇ ତାଙ୍କ ରାଜନୈତିକ ଭବିଷ୍ୟତରୁ କଳା ବାଦଲକୁ ଏଡ଼ାଇ ଦେଇଥିଲେ ନବୀନ । ତେଣୁ ପ୍ରସନ୍ନଙ୍କ ପରି ୨ ନମ୍ବର ମନ୍ତ୍ରୀ ଭାବେ ଶଶିଙ୍କୁ ଏକ ବଡ଼ ଦାୟିତ୍ବ ଅବା ରାଜ୍ୟ ସଭାକୁ ପଠାଇ ତାଙ୍କୁ ଅନ୍ଧାର ବଦଳରେ ଆଲୁଅରେ ରଖିପାରନ୍ତି ନବୀନ ବୋଲି ଅନୁମାନ କରିହେଉଛି । ତେବେ ଆଗାମୀ ଦିନରେ ଜଣାପଡ଼ିବ ନବୀନ ଶଶିଙ୍କୁ କେଉଁ ଉପହାର ଦେଇ ଖୁସି କରାଉଛନ୍ତି ।

Get real time updates directly on you device, subscribe now.

Comments
Loading...