News World Odisha
Current News Updates

ଡୁନରେ ଥିଓରୀ, ଓଡ଼ିଶାରେ ପ୍ରାକ୍ଟିକାଲ

0 278

Get real time updates directly on you device, subscribe now.

ଓଡ଼ିଶା ପଲିଟିକ୍ସରେ ବେଶ ପ୍ରଭାବଶାଳୀ ଅଛନ୍ତି ପ୍ରେଷ୍ଟିଜିୟସ ସ୍କୁଲର ଷ୍ଟୁଡେଣ୍ଟ  । ଏଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ସେହି ସମାନ ସ୍କୁଲର ୩ ଛାତ୍ର  । ୧୯ ଅଙ୍କ କଷିବାକୁ ପେନପେପରରୁ ପଲିଟିକ୍ସରେ ପାଦ ଦେଇଛନ୍ତି ଡୁନ୍ ସ୍କୁଲର ୩ ଛାତ୍ର  । ଡୁନ୍ ସ୍କୁଲରେ ଯାହା ପଢ଼ିଥିଲେ ଏଥର ୧୯ ମୈଦାନରେ ତାକୁ ପ୍ରାକ୍ଟିକାଲ କରିବେ ଏହି ୩ ଛାତ୍ର  । ଗୋଟିଏ ସ୍କୁଲରେ ପାଠ ପଢ଼ି ଗୋଟିଏ ଦଳରୁ ଲଢ଼ୁଛନ୍ତି ୩ ଜଣ  । ତେବେ କିଏ ସେ ୩ ଜଣ ଯିଏ ଡୁନ ସ୍କୁଲରେ ପଢ଼ିଥିଲେ ଆଉ ଏଥର ରାଜ୍ୟରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି  ଜାଣନ୍ତୁ…

ଡୁନ୍ ସ୍କୁଲ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  । ବଲାଙ୍ଗିରର ଲୋକସଭା ପ୍ରାର୍ଥୀ କଳିକେଶ ସିଂହଦେଓ ଓ ତାଙ୍କ ଭାଇ ତଥା ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ଅର୍କେଶ ସିଂହଦେଓ ଏହି ତିନି ଜଣ ଡେରାଡୁନ ସ୍କୁଲର ଛାତ୍ର ଅଟନ୍ତି  । ଗୋଟିଏ ସ୍କୁଲରେ ୩ ଜଣ ପାଠ ପଢ଼ିଥିବା ବେଳେ ଏଥର ଏ ତିନିହେଁ ଗୋଟିଏ ଦଳରୁ, ଗୋଟିଏ ଅଞ୍ଚଳରୁ ଲଢ଼ୁଛନ୍ତି  । ନବୀନ-କଳିକେଶ-ଅର୍କେଶ ୩ ଜଣ ଯାକ ପଶ୍ଚିମ ଓଡ଼ିଶାରୁ ଲଢ଼ୁଛନ୍ତି  । ଅର୍ଥାତ କହିବାକୁ ଗଲେ ଏଥର ପଶ୍ଚିମ ଓଡ଼ିଶା ଡୁନ୍ ଦଖଲରେ ରହିପାରେ  ।

ନବୀନ ପଟ୍ଟନାୟକ
କଳିକେଶ

୧୯୬୪ ମସିହାରେ ନବୀନ ଡୁନରୁ ପାସ୍ ଆଉଟ ହୋଇଥିଲେ  । ୧୯୬୪ରେ ଡୁନରୁ ପାସ୍ କରିଥିବା ୨ ଜଣ ଛାତ୍ର ଏବେ ୨ଟି ରାଜ୍ୟର ରାଜା ଅର୍ଥାତ ୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ହେଉଛନ୍ତି ଗୋଟିଏ ବ୍ୟାଚର ଉଭୟ କ୍ଲାସମେଟ୍  । ତେବେ ୟେ ଦୁହିଁଙ୍କୁ ଛାଡ଼ିଦେଲେ ବଲାଙ୍ଗିର ସାଂସଦ ପ୍ରାର୍ଥୀ କଳିକେଶ ୧୯୯୨ରେ ପାସ୍ କରିଥିଲେ ଆଉ ତାଙ୍କ ସାନ ଭାଇ ଅର୍କେଶ ୨୦୦୪ରେ ପାସ କରି ଏବେ ପ୍ରତ୍ୟେକ୍ଷ ରାଜନୀତିରେ ପାଦ ଦେଇଛନ୍ତି  । ଯଦିଓ କଳିକେଶ-ଅର୍କେଶଙ୍କ ବାପା ଏୟୁ ସିଂହଦେଓ ଏଥର ନିର୍ବାଚନକୁ ଓହ୍ଲାଇନାହାନ୍ତି ମାତ୍ର ସେ ମଧ୍ୟ ଡୁନର ଛାତ୍ର  । ଏୟୁ ୧୯୬୩ ମହିସାରେ ଡୁନରୁ ପାସ୍ କରିଥିବା ବେଳେ ସେ ନବୀନ ପଟ୍ଟନାୟକଙ୍କ ଗୋଟେ ବର୍ଷ ସିନିୟର ଅଟନ୍ତି  ।

ଅର୍କେଶ

ରାଜ୍ୟ ରାଜନୀତି ଗୋଟି ଚାଳନା ହେଉ ବା ନବୀନଙ୍କ ମଡେଲ ଯୋଜନା କଥା ହେଉ ଅବା ଦେଶର ପରିବର୍ତ୍ତନରେ ନୂଆ ନୂଆ ପ୍ରସ୍ତାବ କଥା ଉଠିଲେ ସାରା ଦେଶ ନବୀନଙ୍କ ଜ୍ଞାନ ଓ ତାଙ୍କ ସ୍କୁଲିଂ କଥା ପଚାରନ୍ତି  । ଆଉ ସେତେବେଳେ ଡୁନ କଥା ଉଠେ  । ଦିନ ଥିଲା ଡୁନରେ ପଢିବା ଭାଗ୍ୟର କଥା ଥିଲା ଆଉ ସେଠି ଯିଏ ପଢ଼ିଛନ୍ତି ଆଜି ସେ ସମ୍ମାନଜନଜ ସ୍ଥାନରେ ରହିଛନ୍ତି  । ତେବେ ଏଥର ରାଜ୍ୟ ସେହି ସ୍କୁଲର ୩ ଛାତ୍ରଙ୍କୁ ନେତା ହିସାବରେ ଦେଖୁଛି  ।

Get real time updates directly on you device, subscribe now.

Comments
Loading...