News World Odisha
Current News Updates

ରାତିରେ ପୃଥ୍ୱୀ, ସଞ୍ଜରେ ପ୍ରଦୀପ

0 264

Get real time updates directly on you device, subscribe now.

ବଦଳିଲା ବେଗୁନିଆ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀଙ୍କ ନାମ  । ଅଧ ରାତିରେ ବେଗୁନିଆ ପାଇଁ ଜାନକୀ ନନ୍ଦନଙ୍କ ପୁଅକୁ ଯୋଦ୍ଧା କରି ନାମ ଘୋଷଣା କରିଥିଲା ଦଳ  । ହେଲେ ଟିକଟ ଘୋଷଣା ପରେ ପ୍ରାର୍ଥୀ ହେବାକୁ ପଛାଇ ଯାଇଥିଲେ ପୃଥ୍ୱୀ  । ନିର୍ବାଚନ ନଲଢ଼ିବାକୁ ପୃଥ୍ୱୀ ସ୍ପଷ୍ଟ କରିଥିଲେ  । ଆଉ ପୃଥ୍ୱୀ ମନା କରିବା ପରେ ଦଳ ସନ୍ଧ୍ୟା ସୁଦ୍ଧା ଆଉ ଜଣେ ସିପାହୀଙ୍କୁ ନାମ ସ୍ଥିର କରି ଘୋଷଣା କରିଛି  । ପୃଥ୍ୱୀଙ୍କୁ ବଦଳାଇ କଂଗ୍ରେସ ବେଗୁନିଆ ପାଇଁ ପ୍ରଦୀପ ସାହୁଙ୍କୁ ପ୍ରାର୍ଥୀ କରିଛି  । ତେବେ ଚଳିତ ନିର୍ବାଚନରେ ବେଗୁନିଆ ପାଇଁ କଂଗ୍ରେସ ପକ୍ଷରୁ ପୃଥ୍ୱୀ ନୁହେଁ ପ୍ରଦୀପ ଲଢ଼େଇ କରିବେ  ।

କିଛି ଦିନ ତଳେ ନିର୍ବାଚନ ଲଢ଼ିବେ ବୋଲି ଇଚ୍ଛା କରିଥିଲେ ଜାନକୀ ନନ୍ଦନ  । ସେ ବେଗୁନିଆ-ବୋଲଗଡ଼ ଆସନରୁ ଲଢ଼ିବାକୁ ଇଚ୍ଛା କରିଥିଲେ ହେଁ ପିସିସି ସଭାପତି ପୃଥ୍ୱୀଙ୍କ ଇଚ୍ଛା କଥାକୁ ଖଣ୍ଡନ କରିଥିଲେ  । ସେ ନିର୍ବାଚନ ଲଢ଼ିବେ ବୋଲି ମତେ କେବେ କହିନାହାନ୍ତି ବୋଲି ନିରଞ୍ଜନ କହିଥିଲେ  । ଆଉ ତା ପରେ ତାଙ୍କୁ ଟିକଟ ମିଳିଥିଲା, ହେଲେ ସେ ତାହାକୁ ପ୍ରତ୍ୟାଖାନ କରିଛନ୍ତି।

Get real time updates directly on you device, subscribe now.

Comments
Loading...