News World Odisha
Current News Updates

ଯୋଦ୍ଧା ହେଲେନି ଯୁଧିଷ୍ଠିର; ହାତ ଉଠାଇଲା ‘ଅଜିତ୍’ ଅସ୍ତ୍ର

0 153

Get real time updates directly on you device, subscribe now.

ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛି କଂଗ୍ରେସ  । ଯୁଧିଷ୍ଠିର ସାମନ୍ତରାୟ ପ୍ରାର୍ଥୀ ହେବାକୁ ମନା କରିବାରୁ ଆଜି ଦଳ ଅଜିତଙ୍କ ନାଁ ଘୋଷଣା କରିଛି  । ତେବେ ଗତ କାଲି ପିପିଲି ବିଧାନସଭା ଆସନ ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କ ନାମ ଘୋଷଣା କରିଥିଲା ଦଳ  । ହେଲେ ନାମ ଘୋଷଣା ପରେ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଯୁଧିଷ୍ଠିର  । ଶେଷ ମୁହୂର୍ତ୍ତରେ ତାଙ୍କ ନାମ ତରବରିଆ ଭାବେ ଦିଆ ଯାଇଥିବାରୁ ଏହା ତାଙ୍କୁ ଅସମ୍ମାନ କଳା ଭଳି ଲାଗିଲା ତେଣୁ ସେ ଟିକଟ ପ୍ରତ୍ୟାଖାନ କଲେ ବୋଲି କହିଥିଲେ  ।

ଅଜିତ ମଙ୍ଗରାଜ୍
ଯୁଧିଷ୍ଠିର ସାମନ୍ତରାୟ

ଯୁଧିଷ୍ଠିର ଟିକଟ ଫେରାଇବାର ୧୨ ଘଣ୍ଟା ପରେ ଆଜି ଅଜିତ ମଙ୍ଗରାଜଙ୍କୁ ମୈଦାନକୁ ଆଣିଛି ଦଳ  । ଯୁଧିଷ୍ଠିରଙ୍କ ବଦଳରେ ପିପିଲିରୁ ଆଜିତ ଲଢ଼ିବେ  । ସେପଟେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ମଧ୍ୟ ସ୍ବାଗତିକା ପଟ୍ଟନାୟକଙ୍କ ନାଁ ଘୋଷଣା କରାଯାଇଛି  । ଖଣ୍ଡପଡ଼ା ପାଇଁ ବସନ୍ତ ମହାରଣାଙ୍କ ନାମ ଦେଇଛି ଦଳ  । ଖଣ୍ଡପଡ଼ାରେ ପିସିସି ସଭାପତି ନିରଞ୍ଜନଙ୍କ ଭାଇ ସୌମ୍ୟରଞ୍ଜନ ବିଜେଡି ବ୍ୟାନରରେ ଲଢ଼ୁଥିବା ବେଳେ ତାଙ୍କୁ ମାତ୍ ଦେବାକୁ ନିରଞ୍ଜନ ମହାରଣାଙ୍କୁ ଆଣିଛନ୍ତି ନା ଭାଇଙ୍କ ଫେବରରେ ଭୋଟ ଯାଉ ଏହାକୁ ଆଖିରେ ରଖି ବସନ୍ତଙ୍କୁ ବଳି ଚଢ଼ାଇଛନ୍ତି ନିରଞ୍ଜନ ଏହା ଏବେ ଚର୍ଚ୍ଚାର ପରିସରକୁ ଆସିଛି  ।

Get real time updates directly on you device, subscribe now.

Comments
Loading...