News World Odisha
Current News Updates

ଇଣ୍ଡିଆ ଟିଭିର ସର୍ଭେ: ପୁଣି ଆସିବ ନବୀନ ସରକାର…

0 14,852

Get real time updates directly on you device, subscribe now.

ରାଜ୍ୟ ରାଜନୀତିରେ ଯେତେବେଳେ ଉଷ୍ମତା ଲାଗି ରହିଛି ସେତେବେଳେ ଇଣ୍ଡିଆ ଟିଭିର ସର୍ଭେ ବିଜେଡି ସରକାରର ଲୋକପ୍ରିୟତାର ପ୍ରମାଣ ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭା ଓ ସମିତିରେ କହିଥିବା କଥାକୁ ଏହି ସର୍ଭେ ପ୍ରମାଣ କରିଛି । ଇଣ୍ଡିଆ ଟିଭିର ସର୍ଭେ ଅନୁଯାୟୀ ଚଳିତ ନିର୍ବାଚନରେ ୧୪୭ ବିଧାନସଭା ଆସନରୁ ବିଜେଡି ୧୦୦ଟି ଆସନ ବିଜୟ ହାସଲ କରିବ ଅର୍ଥାତ ପୁନର୍ବାର ଓଡ଼ିଶାରେ ବିଜେଡି ସରକାର ଗଠନ କରିବ ।

ସେହିପରି ବିଜେପି ୩୧ଟି ଆସନ, କଂଗ୍ରେସ ୯ଟି ଆସନ ଓ  ଅନ୍ୟାନ୍ ୭ ଆସନ ବିଜୟ କରିବେ ବୋଲି ସର୍ଭେରୁ ଜଣାପଡ଼ିଛି ।  ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ଅତୁଟ ରହିଛି, ଏବଂ ତା’ ସହ ଓଡ଼ିଶାରେ ସର୍ବାଧିକ ଆସନରେ ବିଜୟ ହାସଲ କରି ପୁନର୍ବାର ସରକାର ଗଠନ କରିବ ବୋଲି ଜାତୀୟ ଗଣମାଧ୍ୟମର ସର୍ଭେରେ ପ୍ରକାଶ ପାଇଛି । ସେହିପରି ଆନ୍ଧ୍ରା ପ୍ରଦେଶର ୧୭୫ ଲୋକସଭା ଆସନରୁ ଓ୍ବାଇଏସଆର କଂଗ୍ରେସ ୧୦୦ଟି ଆସନ,ଟିଡ଼ିପି ୪୫ଟି,କଂଗ୍ରେସ ୪ଟି ଓ ଅନ୍ୟାନ ୨୩ଟି  ଆସନ ଗ୍ରହଣ କରିବ ବୋଲି ଏହି ସର୍ଭେରେ ମଧ୍ୟ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments
Loading...