News World Odisha
Current News Updates

ରାତି ପାହିଲେ ରାଜନୀତି ପରୀକ୍ଷା, ଛାତିରେ ପଶିଛି ଛନକା…

0 109

Get real time updates directly on you device, subscribe now.

ରାତି ପାହିଲେ ରାଜନୀତି ପରୀକ୍ଷା  । ସ୍କୁଲ ଘରେ, ପଞ୍ଚାୟତ ଅଫିସରେ ପଡ଼ିଛି ରାଜନେତାଙ୍କ ସେଣ୍ଟର  । ସାରା ରାଜ୍ୟରେ ରାଜନେତାଙ୍କ ରାଜନୀତି ପରୀକ୍ଷା କାଲି ଠାରୁ ଆରମ୍ଭ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଦେବେ ୪ଟି ନିର୍ବାଚନ ମଣ୍ଡଳୀର ନେତା  । ୪ଟି ଲୋକସଭା ଓ ତତ୍ ଅନ୍ତର୍ଗତ ୨୮ଟି ବିଧାନସଭା ଆସନର ନେତାମାନଙ୍କର କାଲି ପରୀକ୍ଷା ଅଛି  । କାଲି ଠାରୁ ଆରମ୍ଭ ହେଉଥିବା ଏହି ପରୀକ୍ଷା  ଆସନ୍ତା ୨୯ରେ ସରିବ  । ତେଣୁ ଆଉ କେଇ ଘଣ୍ଟା ପରେ ପରୀକ୍ଷା ଫେସ କରିବାକୁ ଥିବାରୁ ଆଜି ରାତିରେ ନେତାଙ୍କୁ ନିଦ ଆସୁନି  ।

ପରୀକ୍ଷା ପାଇଁ କିଛି ଦିନ ହେବ ରାଜନେତାମାନେ ଜୋରସୋର ପରିଶ୍ରମ କରିଥିବା ବେଳେ କାଲି ଉକ୍ତ ପରିଶ୍ରମର ମୂଲ୍ୟ ଦେବେ ଲୋକେ  । ତେବେ ଯେଉଁ ନେତାମାନେ ଉଚିତ ପରିଶ୍ରମ କରିଥିବେ, କର୍ତ୍ତବ୍ୟ ନିଭାଇଥିବେ ସେହି ନେତାମାନେ ପରୀକ୍ଷାରେ ପାସ୍ କରିବେ  । ଆଉ ଯିଏ ଅବହେଳା କରିଥିବେ ସେ ଫେଲ ହେବେ  । ଥରେ ପରୀକ୍ଷାରେ ଫେଲ ହେଲେ ପୁଣି ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ତେଣୁ ରାତିରେ ନେତାଙ୍କ ଆଖିକୁ ନିଦ ଆସୁନି  ।

Get real time updates directly on you device, subscribe now.

Comments
Loading...