News World Odisha
Current News Updates

ନିଆଁ ଆଁରେ ଗାଁ: ଖୋଲା ଆକାଶ ତଳେ ୪୦ ପରିବାର

0 148

Get real time updates directly on you device, subscribe now.

ଗ୍ୟାସ୍‌ ଟାଙ୍କି ଫାଟି ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୪୦ଟି ପରିବାରର ଶହେରୁ ଅଧିକ ବଖରା ଘର । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଭୋଗରା ଗାଁରେ ଆଜି ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି । ଗାଁର ଛବି ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ, ହଠାତ ଗ୍ୟାସ ଟାଙ୍କି ଫାଟିଯାଇଥିଲା ।

ଏଥିରେ ତାଙ୍କର ତିନି ବଖରା ଘର ଜଳିଯାଇଥିଲା ଏବଂ ଚାହୁଁ ଚାହୁଁ ଏହା ଅନ୍ୟ ଘରକୁ ବ୍ୟାପିଯାଇଥିଲା । ନିଆଁ ଏଭଳି ଭୟଙ୍କର ଥିଲା ଯେ, ୪୦ଟି ପରିବାରର ୧୦୦ରୁ ଅଧିକ ଘର ଜଳିଯାଇଛି । ଏସବୁ ପରିବାରର ଜମି ପଟ୍ଟ।, ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଧାନ, ଚାଉଳ, ବସ୍ତ୍ର ଏବଂ ସମସ୍ତ ଆସବାବ ପତ୍ର ପାଉଁଶ ହୋଇଯାଇଛି । ଅଧିକାଂଶ ପରିବାର ଦିନ ମଜୁରିଆ ହୋଇଥିବା ବେଳେ, ସେମାନେ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ଫଳରେ ଘରୁ କୌଣସି ଜିନିଷପତ୍ର ଉଦ୍ଧାର କରିପାରିନଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ବହୁ ବିଳମ୍ବରେ ଗ୍ରାମବାସୀଙ୍କ  ସହାୟତାରେ ଏହାକୁ ଆୟତ କରାଯାଇଥିଲା । ପଂଚାୟତ ପକ୍ଷରୁ ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବାର ବନ୍ଦୋବସ୍ତ କରାଯାଇଛି ।

Get real time updates directly on you device, subscribe now.

Comments
Loading...