News World Odisha
Current News Updates

ଅଣ୍ଟା ବିନ୍ଧାରୁ ତୁରନ୍ତ ଆରାମ ଚାହୁଁଛନ୍ତି କି ?

0 398

Get real time updates directly on you device, subscribe now.

ବତ୍ତର୍ମାନ ସମୟରେ ଅଣ୍ଟାବିନ୍ଧା ସମସ୍ୟା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଲାଣି । କେବଳ ବୟସ୍କ ଲୋକମାନ ଯେ ଏପରି ସମସ୍ୟା ଭୋଗୁଛନ୍ତି ତା’ନୁହେଁ ବରଂ ଯୁବଗୋଷ୍ଠୀ ମଧ୍ୟ ଅଣ୍ଟାବିନ୍ଧାର ଶିକାର ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଲା କମ୍ ପରିଶ୍ରମ ଓ ଖାଦ୍ୟ ଗ୍ରହଣରେ ଅନିୟମିତତା ଓ ଅଧିକ ସମୟ ଅଫିସ୍‌ରେ ବସି କାମ କରିବା । ବୟସ ବଢିବା ସଙ୍ଗେ ସଙ୍ଗେ ଅଣ୍ଟାବିନ୍ଧା ଆରମ୍ଭ ହୋଇଥାଏ ଫଳରେ କାମ କରିବାରେ ମନଲାଗେନି । ଏପରିସ୍ଥଳେ ଅଣ୍ଟାବିନ୍ଧାରୁ ରକ୍ଷା ପାଇବା ପାଇଁ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ। କେବଳ ଯେ ଔଷଧ ସେବନ କରି ତା’ନୁହଁ ଆପଣ କେତେକ ଘରୋଇ ଉପଚାରକୁ ଆପଣାଇଲେ ଅଣ୍ଟାବିନ୍ଧାରୁ ରକ୍ଷା ପାଇ ପାରବେ ।

ପ୍ରତିଦିନ ସକାଳୁ ସୋରିଷ କିମ୍ବା ନଡିଆ ତେଲରେ ରସୁଣର ୩/୪ ପାଖୁଡା ପକାଇ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏଇ ତେଲକୁ ଅଣ୍ଟାରେ ମାଲିସ କରନ୍ତୁ ।

କଡେଇରେ ୨/୩ ଚାମଚ ଲୁଣ ମିଶାଇ ଭଲରେ ଗରମ କରନ୍ତୁ । ଏଇ ଲୁଣକୁ ଏକ ମୋଟାଳିଆ ସୂତା କପଡାରେ ବାନ୍ଧି ପୋଟଳୀ ବନାନ୍ତୁ । ଏଇ ପୋଟଳୀରେ କଷ୍ଟ ହେଉଥିବା ଜାଗାରେ ସେକ ଦିଅନ୍ତୁ । ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ମୁକ୍ତି ପାଇ ପାରିବେ । 

ଜୁଆଣୀକୁ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ । ଥଣ୍ଡାହେବା ପରେ ପରେ ଧୀରେ ଧୀରେ ଚୋବାଇ ଜୁଆଣୀକୁ ଗିଳି ଦିଅନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଅଣ୍ଟାବିନ୍ଧାରୁ ରକ୍ଷା ପାଇପାରିବେ । 

ବହୁତ ସମୟ ପର୍ଯ୍ୟନ୍ତ କୌଣସି ସ୍ଥାନରେ କାମ କରନ୍ତୁ ନାହିଁ । ପ୍ରତି ୪୦ ମିନିଟ ପରେ ଉଠି ଟିକେ ଚଲାବୁଲା କରନ୍ତୁ ।

Get real time updates directly on you device, subscribe now.

Comments
Loading...