News World Odisha
Current News Updates

ଏହି ବଲିଉଡ କଳାକାରମାନେ ଦେଇପାରିବେନି ଭୋଟ, ଜାଣନ୍ତୁ କାହିଁକି ?

0 124

Get real time updates directly on you device, subscribe now.

ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ସବୁଠାରୁ ବଡ଼ ଓ ଶ୍ରେଷ୍ଠ ପର୍ବ । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୯୧ଟି ଲୋକସଭା ଆସନ ପାଇଁ ମତଦାନ ହୋଇଛି । ୧୮ ବର୍ଷରୁ ଉର୍ଦ୍ଧ ମହିଳାଠୁ ଆରମ୍ଭ କରି ସିନେ କଳାକାର ସମସ୍ତେ ମତଦାନ କରୁଛନ୍ତି । ଆଉ ଗଣତନ୍ତ୍ରର ମହାପର୍ବରେ ସାମିଲ ମଧ୍ୟ ହେଉଛନ୍ତି । ତେବେ ଆପଣ ଜାଣନ୍ତି କି ବଲିଉଡର ଅନେକ ନାମିଦାମୀ କଳାକାର ଅଛନ୍ତି ଯେଉଁମାନେ ଭାରତରେ ମତଦାନ କରିପାରିବେ ନାହିଁ ।
ଅକ୍ଷୟ କୁମାର
ଫୋର୍ବସ ତାଲିକାରେ ସବୁଠାରୁ ଧନୀ କଳାକାର ନାମରେ ଜଣାଶୁଣା ଥିବା ଅକ୍ଷୟ କୁମାର ଯିଏକି ସବୁବେଳେ ଦେଶଭକ୍ତି ଚଳଚ୍ଚିତ୍ରରେ ଅଧିକ ନଜର ଆସିଥାଆନ୍ତି ସେ ଦେଶର ମୁଖିଆକୁ ବାଛିବାରେ କିନ୍ତୁ ପଛରେ ପଡିଯାଇଛନ୍ତି । ତାଙ୍କ ପାଖରେ କାନାଡାର ପାସପୋର୍ଟ ଥିବା ସହିତ କାନାଡାର ବାସିନ୍ଦା ହେବା ପାଇଁ ମଧ୍ୟ ଅଫର ପାଇଛନ୍ତି । ଯେଉଁଥିପାଇଁ ସେ ଭାରତରେ ମତଦାନ କରିବାରୁ ବଞ୍ଚିତ ।

ଆଲିଆ ଭଟ୍ଟ
ଆଲିଆଙ୍କ ପାଖରେ ମଧ୍ୟ ଭାରତୀୟ ପାସପୋର୍ଟ ନାହିଁ । ଆଲିଆଙ୍କ ମାଆ ସୋନି ରଜଦାନ ବ୍ରିଟଶ ବାସିନ୍ଦା । ତେଣୁ ଆଲିଆଙ୍କ ପାଖରେ ଭାରତୀୟ ପାସପୋର୍ଟ ନଥିବାରୁ ସେ ମଧ୍ୟ ଭୋଟ ପ୍ରକ୍ରିୟାରୁ ବାଦ ପଡିଛନ୍ତି । ଯଦି ସେ ବ୍ରିଟିଶ ବାସିନ୍ଦାକୁ ପରିତ୍ୟାଗ କରିବେ ତେବେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇପାରିବେ ।

ଦୀପିକା ପାଦୁକୋନ
ଅକ୍ଷୟଙ୍କ ପରି ମହିଳା କଳାକାରଙ୍କ ମଧ୍ୟରେ ଫୋର୍ବସ ତାଲିକାରେ ଧନୀ ଅଭିନେତ୍ରୀ ଭାବେ ଆଗରେ ଥିବା ଦୀପିକା ମଧ୍ୟ ଭାରତରେ ମତଦାନ କରିପାରିବେ ନାହିଁ । କାରଣ ତାଙ୍କ ଜନ୍ମ କପେନଗେନ, ଡେନମାର୍କରେ ହୋଇଥିଲା । ତେଣୁ ତାଙ୍କ ପାଖରେ ଡେନିଶ ପାସପୋର୍ଟ ରହିଛି ।
ଇମ୍ରାନ ଖାନ
ଇମ୍ରାନ ଖାନଙ୍କ ଭଣଜା ମଧ୍ୟ ଭାରତରେ ମତଦାନ କରିପାରିବେ ନାହିଁ । କାରଣ ତାଙ୍କ ପାଖରେ ଆମେରିକାନ ପାସପୋର୍ଟ ଅଛି ।ଯଦି ସେ ଆମେରିକାନ ପାସପୋର୍ଟକୁ ପରତ୍ୟାଗ କରିବେ ତେବେ ଭାରତୀୟ ବାସିନ୍ଦା ହୋଇ ଭୋଟ ଦେଇପାରିବେ ।
ସନ୍ନି ଲିଓନି
ବଲିଉଡର ସେନସେସନ କ୍ୱୁଇନ ସନ୍ନି ଲିଓନି ଭାରତୀୟ ହୋଇନଥିବାରୁ ସେ ମଧ୍ୟ ଭୋଟ ପ୍ରକ୍ରିୟାରୁ ବାଦ ପଡିଛନ୍ତି ।
ସେହିପରି କ୍ୟାଟ୍ରିନା କୈଫ,ଜ୍ୟାକଲିନ ଫରାନାଡିସ୍,ନର୍ଗିସ ଫର୍କ୍ରି ମଧ୍ୟ ଭାରତରେ ମତଦାନ କରିପାରିବେ ନାହିଁ ।

Get real time updates directly on you device, subscribe now.

Comments
Loading...