News World Odisha
Current News Updates

ଜାଲିୱାନାବାଲ ବାଗ ହତ୍ୟାକାଣ୍ଡକୁ ପୂରିଲା ୧୦୦ ବର୍ଷ

0 71

Get real time updates directly on you device, subscribe now.

ଜାଲିୱାନାବାଲ ବାଗ ହତ୍ୟାକାଣ୍ଡ । ଏ କାହାଣୀ ହେଉଛି ଏକତାର, ଏ କାହାଣୀ ହେଉଛି ରକ୍ତର ଆଉ ଏ କାହାଣୀ ହେଉଛି ଇଂଗ୍ରେଜ ମାନଙ୍କ ନପୁଂସକତାର  । ଏହା ଏମିତି ଏକ ହତ୍ୟାକାଣ୍ଡ ଯାହା ଭାରତ ଇତିହାସର ସବୁଠୁ ଲୋମ ହର୍ଷଣକାରୀ ଫର୍ଦ୍ଦ  । ଯେଉଁ ଫର୍ଦ୍ଦକୁ ଓଲଟାଇବାକୁ ମନରେ ଦରକାର ସେତିକି ଦମ୍ଭ ଆଉ ସାହସ । ଏମିତି ଏକ ଘଟଣା ଯାହାକୁ ଶୁଣିବା ପରେ ଲୋମ ଟାଙ୍କୁରି ଉଠେ । ଯାହାକୁ ଜାଣିଲା ପରେ ଏବେ ବି ପ୍ରତିଶୋଧର ନିଆଁ ସତେଜ ହୋଇ ଉଠେ ।

୧୯୧୯ ମସିହା ୧୩ ଏପ୍ରିଲ ଆଜିର ଦିନରେ ଇଂଗ୍ରେଜ ତାଙ୍କ କ୍ରୁରତାର ପ୍ରମାଣ ଦେଇଥିଲେ । ପଞ୍ଜାବର ଜାଲିୱାନାବାଲ ବାଗରେ ଶହ ଶହ ଲୋକଙ୍କ ଗହଣରେ ଚାଲିଥିଲା ଶାନ୍ତି ସଭା ଯେଉଁଠି ଇଂଗ୍ରେଜ ଅଧିକାରୀ ଜେନେରାଲ ଡାୟର ସେଠି ଉପସ୍ଥିତ ଲୋକଙ୍କ ଉପରେ ଗୁଳି ଚଳାଇବାର ଆଦେଶ ଦେଇଥିଲା  । ଆଉ ତାପରେ ସେଠି ଦେଖିବାକୁ ମିଳିଥିଲା ରକ୍ତର ହୋଲି ଖେଳ । ଆଉ ଏଥିରେ ଗଡ଼ିଥିଲା ଶତାଧିକ ମୁଣ୍ଡ । ଆଉ ସେହି ଇତିହାସକୁ ମନେପକାଇ ଦେଶ ପାଳୁଛି ଶତବାର୍ଷିକୀ ଉତ୍ସବ  ।

Get real time updates directly on you device, subscribe now.

Comments
Loading...