News World Odisha
Current News Updates

ଶ୍ରେଷ୍ଠ ସାଂସଦଙ୍କୁ A+ ଗ୍ରେଡ୍

0 458

Get real time updates directly on you device, subscribe now.

ବିଜେଡିର ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନାଙ୍କୁ A+ ଗ୍ରେଡ୍ ମାନ୍ୟତା  । ସଂସଦରେ ଏବଂ ସଂସଦୀୟ କ୍ଷେତ୍ରରେ ନିଜ ପ୍ରଦର୍ଶନକୁ ନେଇ ତାଙ୍କୁ ମିଳିଛି ଏ A+ ଗ୍ରେଡ୍  । ଇଣ୍ଡିଆ ଟୁଡେର ସର୍ଭେ ରିପୋର୍ଟରେ ସାଂସଦ ରବୀନ୍ଦ୍ରଙ୍କୁ ଏହି ମାନ୍ୟତା ମିଳିଛି  । ତେବେ ଷୋଡ଼ଶ ଲୋକସଭା ସାଂସଦଙ୍କ ଉପରେ ଇଣ୍ଡିଆ ଟୁଡେ ସର୍ଭେ କରିଥିଲା  । ସଂସଦକୁ ନିର୍ବାଚିତ ୫୪୩ ସାଂସଦ ମଧ୍ୟରୁ ୪୧୬ ସାଂସଦଙ୍କ ପ୍ରଦର୍ଶନ ନେଇ ଇଣ୍ଡିଆ ଟୁଡେ ସର୍ଭେ କରିଥିଲା  । ସଂସଦରେ ସାଂସଦଙ୍କ ଉପସ୍ଥାନ, ନିଜ ସଂସଦୀୟ କ୍ଷେତ୍ରରେ ଲୋକସମ୍ପର୍କ ଓ ସାଂସଦ ହାତପାଣ୍ଠିର ଖର୍ଚ୍ଚ ଏହି ୩ଟି ପଏଣ୍ଟକୁ ନେଇ ସର୍ଭେ କରାଯାଇଥିଲା  । ତେବେ ଓଡ଼ିଶାର ୧୮ ସାଂସଦଙ୍କ ଉପରେ ସର୍ଭେ ହୋଇଥିବା ବେଳେ ଭର୍ତ୍ତୃହରି ମହତାବଙ୍କୁ ମଧ୍ୟ A+ ଗ୍ରେଡ୍ ମିଳିଛି  ।

ସୌଜନ୍ୟ- ରବୀନ୍ଦ୍ର କୁମାର ଜେନାଙ୍କ ଫେସବୁକ ଫେଜ୍

୪୧୬ ସାଂସଦଙ୍କ ଉପରେ ଗୋଟେ ଗୋଟେ ରିପୋର୍ଟ କାର୍ଡ଼ ମଧ୍ୟ ପ୍ରସ୍ତୁତ ହୋଇଛି  । ଯେଉଁଥିରେ ସାଂସଦଙ୍କ ରାକିଂ ସହ ନିଜ ପରଫରମାନ୍ସକୁ ମଧ୍ୟ ଦେଖାଯାଇଛି  । ୩ଟି ଦିଗରେ ସାଂସଦମାନେ କେତେ କଣ କରିଛନ୍ତି ତାହା ମଧ୍ୟ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି  । ସଂସଦରେ ରବୀନ୍ଦ୍ର ଜେନାଙ୍କ ଉପସ୍ଥାନ ୯୬ ପ୍ରତିଶତ ଥିବାବେଳେ ନିଜ ଅଞ୍ଚଳ ତଥା ଜାତୀୟ, ଅନ୍ତର୍ଜାତୀୟ ପ୍ରସଙ୍ଗରେ ଭାଗ ନେଇ ସାଂସଦ ରବୀନ୍ଦ୍ର ଜେନା ଏହି ୫ବର୍ଷ ଭିତରେ ମୋଟ ୫୧୬ଟି ପ୍ରଶ୍ନ ସଂସଦରେ ଉଠାଇଛନ୍ତି । ।

ତେବେ ସାଂସଦ ରବୀନ୍ଦ୍ର ଗତ ପାଞ୍ଚ ବର୍ଷ ଭିତରେ ନିଜ ସଂସଦୀୟ କ୍ଷେତ୍ରର ଉନ୍ନତି ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସାଂସଦ ହାତପାଣ୍ଠିରୁ ୧୭.୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି  । ପ୍ରତି ସାଂସଦଙ୍କୁ ହାତପାଣ୍ଠି ଭାବେ ବର୍ଷକୁ ୫ କୋଟି ଅର୍ଥାତ ୫ ବର୍ଷକୁ ୨୫ କୋଟି ମିଳିଥାଏ  । ସେପଟେ ଭଲ ପ୍ରଦର୍ଶନ ପାଇଁ ବିହାରର ବିଜେପି ସାଂସଦ ଜନାର୍ଦ୍ଦନ ସିଂହ ସିଗୱାଲ ପ୍ରଥମ ରାଙ୍କରେ ରହିଛନ୍ତି  । ତେବେ ଓଡ଼ିଶାର ବିଜେଡି ସାଂସଦ ରବୀନ୍ଦ୍ର ଜେନାଙ୍କୁ A+ ଗ୍ରେଡ୍ ମିଳିବା ପୂର୍ବରୁ ଶ୍ରେଷ୍ଠ ସାଂସଦ ସମ୍ମାନ ମଧ୍ୟ ମିଳିସାରିଛି  । ୫ ବର୍ଷରେ ସେ ଦୁଇ ଦୁଇ ଥର ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହୋଇଛନ୍ତି  । ୨୦୧୮ ପରେ ତାଙ୍କୁ ୨୦୧୯ରେ ମଧ୍ୟ ସଂସଦରେ ନିଜ ଶାଣିତ ସ୍ୱର ପାଇଁ ଶ୍ରେଷ୍ଠ ସାଂସଦ ସମ୍ମାନ ମିଳିଛି  । ଆଉ ଏବେ ଶ୍ରେଷ୍ଠ ସହ A+ ଗ୍ରେଡ୍ ରବୀନ୍ଦ୍ରଙ୍କ ରାଜନୈତିକ କ୍ୟାରିୟରକୁ ଆହୁରି ଉଜ୍ଜଳ ଓ ଗରିମାମୟ କରିଛି ।

Get real time updates directly on you device, subscribe now.

Comments
Loading...