News World Odisha
Current News Updates

ଝରଣା ଯେଉଁଠୁ ଝରୁଛି ରକ୍ତ ଓ ନିଆଁ…

0 84

Get real time updates directly on you device, subscribe now.

ପ୍ରକୃତି ରାଣୀ ପାହାଡ଼, ପର୍ବତ, ନଦୀ, ଝରଣା, ଜଙ୍ଗଲକୁ ନେଇ ସୁନ୍ଦର ଦିଶେ । ଏହି ସୌନ୍ଦର୍ଯ୍ୟତା ମଧ୍ୟରେ ତା’ର କୋଳରେ ବହୁ ରହସ୍ୟ ବି ଲୁଚି ରହିଛି। ଏମିତି କିଛି ରହସ୍ୟ ଅଛି ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତି କୋଳରେ କୁଳୁକୁଳ ନାଦ କରି ବହି ଯାଉଥିବା ଝରଣାର ଶୀତଳ ଜଳ ସମସ୍ତଙ୍କ ମନ କିଣିନିଏ। କିନ୍ତୁ ଏପରି କିଛି ଝରଣା ରହିଛି ଯାହା ଅଜବ ରହସ୍ୟ ପାଇଁ ପ୍ରସିଦ୍ଧ। କେତେବେଳେ ଏହି ଝରଣାରୁ ନିଆଁ ଝରିଥାଏ ତ ଆଉ କେତେବେଳେ ରକ୍ତ। ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ଅଗ୍ନି ଝରଣା : ଏହି ଝରଣାକୁ ପ୍ରକୃତିର ସବୁଠୁ ଅଦ୍ଭୁତ ଝରଣା କୁହାଯାଏ। ଯୁକ୍ତରାଷ୍ଟ ଆମେରିକାର କାର୍ଲିଫର୍ଣ୍ଣିଆରେ ଏହି ଝରଣା ଅବସ୍ଥିତ। ଯାହା ଘୋଡ଼ା ପୁଚ୍ଛ ବା ଲାଞ୍ଜ ପରି ଦେଖାଯାଏ। ଏହି ଝରଣା ପାଣିରୁ ଅଗ୍ନି ବାହାରିବା ପରି ଦେଖାଯାଏ। ପ୍ରତିବର୍ଷ ଫେବୃୟାରୀ ମାସରେ ୧୦ ଦିନ ପାଇଁ ଏମିତି ଦେଖାଯାଏ। ଏହି ପ୍ରଭାବ କିଛି ସମୟ ପାଇଁ ଦେଖିବାକୁ ମିଳିଥାଏ। ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଠିକ୍‌ ସେହି ସମୟରେ ସୂର୍ଯ୍ୟଙ୍କ କିରଣ ନାରଙ୍ଗୀ ଦେଖାଯାଏ। ଏହି କିରଣର ତୀବ୍ରତା ଏତେ ହୋଇଥାଏ ଯେମିତି ତଳୁ ବାହାରୁଥିବା ଲାଭାକୁ ଅନୁକରଣ କରେ। କିନ୍ତୁ ଏହା ଏକ ଭ୍ରମ ଧାରଣା।

Get real time updates directly on you device, subscribe now.

Comments
Loading...