News World Odisha
Current News Updates

ବାସ୍ତୁ ଶାସ୍ତ୍ର ଅନୁଯାୟୀ କରନ୍ତୁ ଶ୍ରୀ ହନୁମାନଙ୍କ ପୂଜା…

0 163

Get real time updates directly on you device, subscribe now.

ବାସ୍ତୁ ଶାସ୍ତ୍ରରେ ଶ୍ରୀହନୁମାନଙ୍କର ମହତ୍ତ୍ୱ ଅଧିକ ରହିଛି । ଶ୍ରୀହନୁମାନ ହେଉଛନ୍ତି ନକରାତ୍ମକ ଉର୍ଜାର ରକ୍ଷାକର୍ତ୍ତା । ବାସ୍ତୁଶାସ୍ତ୍ର ଅନୁସାରେ ଶ୍ରୀହନୁମାନଙ୍କୁ ଓଜନର ଦେବତା କୁହାଯାଏ । ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତିର ଅନେକ ମହତ୍ତ୍ୱ ରହିଛି । ପଞ୍ଚମୁଖୀ ହନୁମାନଙ୍କର ପ୍ରତ୍ୟେକଟି ଦିଗର ମୁହଁ ଭିିନ୍ନ ଫଳ ପ୍ରଦାନ କରିଥାନ୍ତି । ଶ୍ରୀହନୁମାନଙ୍କ ପୂବାର୍ମୁଖା ଆପଣଙ୍କ ଚିନ୍ତନରେ ସ୍ୱଚ୍ଛତା ଓ ସଫଳତା ଆଣିଥାଏ ।
ନରସିଂହା ମୁଖା ହନୁମାନଙ୍କର ପ୍ରତିମା ଯଦି ଦକ୍ଷିଣ ଦିଗରେ ରହିଛି ତେବେ ତାହା ଭୟହୀନ ତଥା ବିଜୟୀ କରିଥାଏ । ପଶ୍ଚିମମୁଖା ଗରୁଡରୂପୀ ହନୁମାନ ଗୁଣି,ଗାରେଡି,ତନ୍ତ୍ର ଆଦିରୁ ରକ୍ଷା କରିଥାଏ
ଉତ୍ତରମୁହାଁ ବାରହାରୂପୀ ହନୁମାନ ଧନ ଓ ସମୃଦ୍ଧି ଆଣିଥାଏ । ହାୟଗ୍ରୀବ ମୁଖ ସବୁବେଳେ ଆକାଶକୁ ମୁଖ କରିଥାଏ । ଏହା ଶିକ୍ଷା ଓ ଉତ୍ତମ ସନ୍ତାନ ପ୍ରାପ୍ତ କରାଇଥାଏ । ପଞ୍ଚମୁଖୀ ହନୁମାନଙ୍କର ଫଟୋ ଦକ୍ଷିଣମୁଖା ଘରର ଦୁଆର ବନ୍ଧ ଉପର ଭାଗରେ ସ୍ଥାପନ କରାଯାଇପାରିବ, ଏହାଦ୍ୱାରା ବାହାରର ଖରାପ ଶକ୍ତି ଭିତରକୁ ଆସିପାରିବ ନାହିଁ ।

ହନୁମାନଙ୍କ ଚିତ୍ର କେବେହେଲେ ଶୋଇବା ଘରେ ଲଗାଇବେ ନାହିଁ, ସବୁବେଳେ ଘରେ ପୂଜା ପରେ କିମ୍ବା ପବିତ୍ର ସ୍ଥାନରେ ଲଗାଇବା ଉଚିତ୍‌ । ଯଦି ଆପଣ ଅନୁଭବ କରୁଛନ୍ତି ଘର ଭିତରେ କୌଣସି କୁଶକ୍ତି କାମ କରୁଛି, ତେବେ ଶକ୍ତି ମୁଦ୍ରାରେ ଥିବା ହନୁମାନଙ୍କର ଫଟୋ ଲଗାନ୍ତୁ ।
ଯଦି ଘରର ଭୁଲ୍‌ ସ୍ଥାନରେ ଜଳର ସ୍ରୋତ ରହିଯାଇଛି ତେବେ ଶତୃବାଧା,ରୋଗ,କଳିଝଗଡା ସବୁବେଳେ ସେଠାରେ ଲାଗି ରୁହେ । ପଞ୍ଚମୁଖୀ ହନୁମାନଙ୍କ ଫଟୋ ବା ପ୍ରତିମା ଏପରି ସ୍ଥାନରେ ଲଗାନ୍ତୁ ଯେଉଁଠି ହନୁମାନଙ୍କର ମୁହଁ ଜଳସ୍ରୋତ ପଟକୁ ରହୁଥିବ । ଡ୍ରଇଁ ରୁମ୍‌ରେ ଶ୍ରୀରାମଙ୍କ ଦରବାରର ଫଟୋ ଲଗାନ୍ତୁ । ଯଦି ଏହି ଫଟୋରେ ଶ୍ରୀହନୁମାନ ବସି ରହିଥିବେ ତେବେ ଘର,ପରିବାରର ସମସ୍ତ ସଦସ୍ୟଙ୍କର ବାଧା ଦୁର ହୋଇଯିବ । ଯଦି ହନୁମାନ ଗନ୍ଧର୍ବ ପାହାଡ ଧରି ଉଡୁଥିବାର ଚିତ୍ରକୁ ଲଗାଉଛନ୍ତି
ତେବେ ଘରେ ଥିବା ସଦସ୍ୟମାନଙ୍କର ସାହାସ, ବଳ,ବିଶ୍ୱାସ ଏବଂ ପରିପକ୍ୱତାର ବିକାଶ ହୋଇଥାଏ ।
ଦେଖାଯାଉଥିବା ପ୍ରତିଟି ବାଧାକୁ ଆପଣ ଦୁର କରିପାରିବେ । ଖାଲି ଉଡୁଥିବା ହନୁମାନଜୀଙ୍କର ଫଟୋକୁ ଲଗାଇଲେ ଘରେ ଆପଣଙ୍କର ଉନ୍ନତି, ସଫଳତା, ତଥା ଶୀର୍ଷରେ ପହଞ୍ଚିବାର ସାମର୍ଥ ମିଳିଥାଏ । ଶ୍ରୀରାମଙ୍କ ଭଜନ କରୁଥିବାର ହନୁମାନଜୀଙ୍କର ଚିତ୍ରକୁ ଯଦି ଗୃହରେ ଲଗାଉଛନ୍ତି
ତାହା ଭକ୍ତି,ବିଶ୍ୱାସ ଓ ସଫଳତାର ପ୍ରତୀକ ହନୁମାନଜୀଙ୍କ ଫଟୋରେ ସ୍ୱଚ୍ଛତା ଏବଂ ପବିତ୍ରତା ରକ୍ଷା କରିବା ପାଇଁ ପ୍ରତିଦିନ ଗୃହରେ ଧୂପ,ଦୀପ,ଦେବା ନିହାତି ଦରକାର ।

Get real time updates directly on you device, subscribe now.

Comments
Loading...