News World Odisha
Current News Updates

କାନ୍ଦିବା ଦେହ ପାଇଁ ଭଲ, ଜାଣନ୍ତୁ କାହିଁକି…

0 140

Get real time updates directly on you device, subscribe now.

ମଣିଷ ଦୁଃଖରେ ଥି୍ଲେ ବା ଅବସାଦରେ ଥିଲେ କାନ୍ଦିଥାଏ । ଏସବୁ ବାଦ କେହି ଆତ୍ମୀୟ ପରିଜନ ନିଜଠୁ ଦୂରେଇ ଗଲେ ଦୁଃଖରେ ଭାଙ୍ଗିପଡି ଅନେକ କାନ୍ଦିଥାଆନ୍ତି । ହେଲେ କାନ୍ଦିବା ଆବଶ୍ୟକ ବୋଲି ଅନେକ ଗବେଷଣାରୁ ଜଣା ପଡିଛି । କାନ୍ଦିବା ଦ୍ୱାରାମନ କେତେକାଂଶରେ ହାଲୁକା ହୋଇଥାଏ । ମଣିଷ ଟେନସନଗ୍ରସ୍ତ ହେବା ଫଳରେ ମାନସିକତା ନକାରାତ୍ମକ ହୋଇଯାଏ।

ଏହି ସମୟରେ ଯଦି ଆପଣଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡିପଡେ ତେବେ ତାହା କେତେକାଂଶରେ ଟେନସନ୍‌କୁ ଦୂର କରିଥାଏ ବୋଲି ଆମେରିକାସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ କହିଛନ୍ତି। କିଛି ସମୟ କାନ୍ଦିବା ଫଳରେ ମନ କିଛି ପରିମାଣରେ ହାଲକା ହୋଇଯାଏ ଏବଂ ସଂପୃକ୍ତ ବ୍ୟକ୍ତି ନୂଆ ଜିନିଷ ଚିନ୍ତା କରିବାରେ ସକ୍ଷମ ହୋଇଥାଏ। ବେଳେବେଳେ କାନ୍ଦିବା ଦ୍ୱାରା ମନରେ କେତେକ ନୂଆ ଚିନ୍ତାଧାରା ଉଦ୍ରେକ ହୋଇଥାଏ। ଏହି ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ କାନ୍ଦନ୍ତି ବୋଲି ଜଣାପଡିଛି।

Get real time updates directly on you device, subscribe now.

Comments
Loading...