News World Odisha
Current News Updates

୧୯ କ୍ରିକେଟ ମହାକୁମ୍ଭ: ଘୋଷଣା ହେଲା ‘ବିରାଟ’ ସେନା

0 279

Get real time updates directly on you device, subscribe now.

ବିଶ୍ୱକପ୍ କ୍ରିକେଟ ୨୦୧୯ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ବିରାଟ କୋହଲି ଙ୍କୁ ଅଧିନାୟକ ଓ ରୋହିତ ଶର୍ମା- ଉପଅଧିନାୟକ ।

ଭାରତର୧୫ ଜଣିଆ ଟିମରେ ମହେନ୍ଦ୍ର ସିଂହ ଧୋନୀ, ଶିିଖର ଧାୱନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଦିନେଶ କାର୍ତ୍ତୀକ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରାହ, ବିଜୟ ଶଙ୍କର, କୁଲଦୀପ ଯାଦବ, କେ.ଏଲ ରାହୁଲ ମଇଦାନ କୁ ଓହ୍ଲାଇବେ ।

୧୯୮୩ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତକୁ ମିଳିଥିଲା ବିଶ୍ୱକପର ଟ୍ରଫି । ତେବେ ୧୯୮୩ ପରେ ଦୀର୍ଘ ୨୮ ବର୍ଷ ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ୨୦୧୧ ମସିହାରେ ପୁଣି ବିଶ୍ୱକପ ଟ୍ରଫି ଭାରତକୁ ଫେରିଥିଲା । ୨୦୧୫ରେ ଧୋନୀଙ୍କୁ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଯାଇଥିଲା ଭାରତୀୟ ଟିମ । ସେଠାରେ ଅଷ୍ଟ୍ରେଲିଆଠୁ ସେମି ଫାଇନାଲରେ ମ୍ୟାଟ ହାରି ଓ୍ୱାର୍ଲ୍ଡ କପରୁ ଓହରିଥିଲା ଭାରତ ।

ଚଳିତ ବର୍ଷ ଇଂଲଣ୍ଡରେ ହେବ କ୍ରିକେଟ ମହାକୁମ୍ଭ । ସେଥିପାଇଁ ୧୫ ସିପାହୀଙ୍କ ନାମ ଘୋଷଣା କରିଛି ବିସିସିଆଇ । ଏବଂ ବିରାଟକୁ ୧୯ ଲଢ଼େଇ ପାଇଁ ଅଧିନାୟକ କରିଛି ବିସିସିଆଇ ।

Get real time updates directly on you device, subscribe now.

Comments
Loading...