News World Odisha
Current News Updates

ତୋଫାନୀ ପ୍ରଚାରରେ ବିଜେଡି ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନା

0 86

Get real time updates directly on you device, subscribe now.

ବାଲେଶ୍ବର ଜିଲ୍ଲା ଜଳେଶ୍ବର ନିର୍ବାଚନ ମଣ୍ଡଳୀରେ ତୋଫାନୀ ପ୍ରଚାର କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା। ଜଳେଶ୍ବର ସାନ୍ତିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଶ୍ରୀ ଜେନା ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ପ୍ରାର୍ଥୀ ଓ ବିଜେପି ପ୍ରାର୍ଥୀଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି ସାଂସଦ ରବୀନ୍ଦ୍ର ଜେନା । ପୂର୍ବରୁ ଭେଲୋରା ଚେକ୍‌ ଗେଟ୍‌ ନିକଟରୁ ପ୍ରାୟ ୧୦ହଜାର ମୋଟରସାଇକେଲ୍‌ ରାଲିରେ ରବୀନ୍ଦ୍ର ଜେନାଙ୍କୁ ସ୍ବାଗତ କାରଯାଇଥିଲା। ସାନ୍ତିଆରେ ଆୟୋଜିତ ଏହି ନିର୍ବାଚନୀ ସଭାରେ ଜଳେଶ୍ବରର ବହୁ ବିଜେପି ଓ କଂଗ୍ରେସ କର୍ମୀ ଏହି ସଭାରେ ବିଜେଡି ବିଧାୟକ ପ୍ରାର୍ଥୀ ଅଶ୍ବିନୀ ପାତ୍ରଙ୍କ ସମେତ ବହୁ ନେତା ଓ କର୍ମୀ ଯ଼ୋଗଦେଇଥିଲେ।

Get real time updates directly on you device, subscribe now.

Comments
Loading...