News World Odisha
Current News Updates

ନିର୍ବାଚନ ପୂର୍ବରୁ ଅଶାନ୍ତି: ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା…

0 268

Get real time updates directly on you device, subscribe now.

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ଏପଟେ ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା। ଦୁର୍ବୁତ୍ତଙ୍କ ଗୁଳିରେ ବିଜେପି ନେତା ତଥା ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ୪ ଟାଉନଥାନା ଅଧିନ ନବୀନାବାଗରେ ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମଙ୍ଗୁଳିଙ୍କ ଘର ଟାଙ୍ଗୀ ବ୍ଲକ୍‌ ବଡ଼ପୋଖରିଆ ପଞ୍ଚାୟତରେ। ରାତି ପ୍ରାୟ ୧୨ଟା ସମୟରେ ମଙ୍ଗୁଳି କିଛି ଦଳୀୟ କର୍ମୀଙ୍କ ସହ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟଙ୍କ ସହ ଘରେ ବସି ଆଲୋଚନା କରୁଥିବା ବେଳେ ୨ଜଣ ଦୁର୍ବୁତ୍ତ ବାଇକରେ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚାଳନା କିରଥିଲେ। ସେଠାରେ ଉପସ୍ଥିତ ଅନ୍ୟ କର୍ମକର୍ତ୍ତା ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏପରି ଏକ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ବିଜେପି ସମଥିର୍ତ ପ୍ରାର୍ଥୀ ରାତିସାରା ଏବଂ ଆଜି ସକାଳୁ ମଧ୍ୟ ଟାଉନ ଥାନା ଆଗରେ ଆନ୍ଦୋଳନ କରୁଛନ୍ତି। ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ଥାନା ଆଗରେ ଧାରଣାରେ ବସିଛନ୍ତି। ପୂର୍ବ ଶତ୍ରୁତାତରୁ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Comments
Loading...