News World Odisha
Current News Updates

ମହଙ୍ଗା ପଡ଼ିଲା ଧର୍ମ ରାଜନୀତି: ଯୋଗୀ-ମାୟାବାତୀଙ୍କୁ ମୈଦାନରୁ ବିରତି

0 217

Get real time updates directly on you device, subscribe now.

ମହଙ୍ଗା ପଡିଲା ଜାତିକୁ ନେଇ ଜୟଯାତ୍ରାର ଫଣ୍ଡା । ଯୁଦ୍ଧ ଜିତିବାକୁ ଜାତି, ଧର୍ମକୁ ଅସ୍ତ୍ର କରିବା ରାଜନେତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି  । ପ୍ରଚାର ବେଳେ ବେଲଗାମ ନେତାଙ୍କ ପାଟିରେ ଲଗାମ ଦେବାକୁ ଆକ୍ସନ ନେଇଛନ୍ତି ନିର୍ବାଚନ ଆୟୋଗ  । ନେତାଙ୍କ ପାଟି ଚୁପ ପାଇଁ ୨ ଜଣ ବଡ଼ ନେତାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ଅନ୍ୟମାନଙ୍କୁ ସତର୍କ କରାଇ ଦେଇଛନ୍ତି  । ପ୍ରଚାର ବେଳେ  ବିରୋଧୀଙ୍କ ଉପରେ ଆରୋପ, ପ୍ରତ୍ୟାରୋପ କରୁଥିବା ନେତା ଶବ୍ଦ ଉପରେ ଲଗାମ ଲଗାଇବାକୁ ଅସମର୍ଥ ହୋଇପଡ଼ୁଛନ୍ତି । ଯାହା ପରବର୍ତ୍ତୀ ମୂହୂର୍ତ୍ତରେ ସେମାନଙ୍କ ପାଇଁ କାଳ ସାଜୁଛି  ।

ଶବ୍ଦରେ ସଞ୍ଜମତା ନରଖି ପ୍ରଚାର କରୁଥିବା ନେତାଙ୍କ ଉପରେ ଚାବୁକ ମାରିଛନ୍ତି ନିର୍ବାଚନ ଆୟୋଗ  । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମୟାବତୀଙ୍କ ପିଠିରେ ପଡ଼ିଛି ସଞ୍ଜମତା ଚାବୁକ  । ପ୍ରଚାର ବେଳେ ସାମା ଲଙ୍ଘିବା ଦୁହିଁଙ୍କ ପାଇଁ ମହଙ୍ଗା ପଡ଼ିଛି  । ବିବାଦୀୟ ମନ୍ତବ୍ୟ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୭୨ଘଣ୍ଟା ଏବଂ ବିଏସପି ସୁପ୍ରିମୋଙ୍କୁ ୪୮ ଘଣ୍ଟା ପ୍ରଚାର ମନା ହୋଇଛି । ଗତ ୭ ଏପ୍ରିଲରେ ଏକ ପ୍ରଚାର ସମୟରେ ମୟାବତୀଙ୍କ ‘ମୁସଲମାନ’ ଶବ୍ଦର ପ୍ରୟୋଗ ଏବଂ ୯ ଏପ୍ରିଲରେ  ଯୋଗୀ ଆଦିତ୍ୟନାଥଙ୍କ ‘ଅଲ୍ଲି ବଜରଙ୍ଗୀବାଲୀ’ ଶବ୍ଦର ବ୍ୟବହାର ପାଇଁ ତାଙ୍କୁ ଶାସ୍ତି ମିଳିଛି  ।

ତେବେ ଉଭୟ ରାଜନେତାଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାରେ ରୋକ ଲଗାଇଛନ୍ତି ନିର୍ବାଚନୀ ଆୟୋଗ । ଏଣିକି ଯେଉଁ ନେତା ନିର୍ବାଚନ ପ୍ରଚାରର ବେଳେ ଏମିତି ଶବ୍ଦ ପ୍ରୟୋଗ କରିବେ ତାଙ୍କୁ ଏଭଳି ଦଣ୍ଡ ମିଳିବ ବୋଲି ନିର୍ବାଚନ ଆୟୋଗ ଚେତେଇ ଦେଇଛନ୍ତି  ।

Get real time updates directly on you device, subscribe now.

Comments
Loading...