News World Odisha
Current News Updates

ଆଜମ୍‌ ଖାନ୍‌ ହୋସ୍‌ରେ ନାହାନ୍ତି: ଜୟାପ୍ରଦା

0 97

Get real time updates directly on you device, subscribe now.

ରାମପୁରରେ ଜୟାପ୍ରଦା-ଆଜମ୍‌ ଖାନ୍‌ ବିବାଦ । ଆଜମ୍‌ ଖାନ୍‌ଙ୍କ ବିବାଦୀୟ ବୟାନକୁ ନେଇ ଭାବବିହ୍ବଳ ହେଲେ ଜୟା । ସେ ନା ଡରିବେ, ନା ରାମପୁର ଛାଡ଼ିବେ । ଆଜମଙ୍କ ବୟାନକୁ ଗାଳି ଓ ତାଙ୍କୁ ନିର୍ବାଚନ ନ ଲଢ଼ିବାକୁ ଦେବା ପାଇଁ ଜୟାପ୍ରଦା ଦାବି କରିଛନ୍ତି । । ଏଭଳି ବ୍ୟକ୍ତି ଜିତିଲେ ଲୋକତନ୍ତ୍ର, ମହିଳା ଓ ସମାଜର କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

କିଛିଦିନ ପୂର୍ବରୁ ଜୟାପ୍ରଦାଙ୍କୁ ନେଇ ବିବାଦୀୟ ବୟାନ ରଖିଥିଲେ ଆଜମ ଖାନ । ସେ କହିଥିଲେ, ଯିଏ ୧୦ ବର୍ଷ ଆପଣଙ୍କ ରକ୍ତ ଶୋଷିଛି, ଯାହାଙ୍କୁ ହାତ ଧରି ମୁଁ ରାମପୁର ଆଣିଥିଲି । ସେ ତାଙ୍କୁ  ଅନେକ କଥା କହିଛନ୍ତି । ସେଭଳି ପ୍ରାର୍ଥୀକୁ କ’ଣ ଆପଣ ଭୋଟ୍‌ ଦେବେ ? ଏହାର ଜବାବ୍‌ରେ ଏକ ଜନସଭାରେ ଜୟା କହିଛନ୍ତି, ଆଜମ୍‌ ଖାନ୍‌ ହୋସ୍‌ରେ ନାହାନ୍ତି । ସେ ମୋର ବଳି ବି ଦେଇପାରନ୍ତି ।

Get real time updates directly on you device, subscribe now.

Comments
Loading...