News World Odisha
Current News Updates

କେଉଁ ନେତା କେତେ ଧନୀ: ଜାଣନ୍ତୁ ଆପଣଙ୍କ ନେତାଙ୍କ ସମ୍ପତ୍ତି

0 143

Get real time updates directly on you device, subscribe now.

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ଆସିଲା । ୫ ଲୋକସଭା ଆସନରେ ୩୫ ପ୍ରାର୍ଥୀ ଏବଂ ୩୫ ବିଧାନସଭା ଆସନରେ ଲଢୁଥିବା ୨୪୪ ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ଖୁଲାସା କରିଛି ଏଡିଆର ଏବଂ ଇଲେକସନ୍‌ ଓ୍ବାଚ୍‌ । ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପିର ୪, ବିଜେଡିର ୩ ଏବଂ କଂଗ୍ରେସର ୨ ଜଣ କୋଟିପତି । ଜଣେ ସ୍ବାଧୀନ ଏବଂ ଜଣେ ବିଏସପି ପ୍ରାର୍ଥୀ ମଧ୍ୟ କୋଟିପତି । ବଲାଙ୍ଗିରର ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ମୂଲ୍ୟ 37 କୋଟି । ବିଏସପି କନ୍ଧମାଳ ପ୍ରାର୍ଥୀ ଅମିୟ ନାୟକଙ୍କର କୈାଣସି ସମ୍ପତ୍ତି ନାହିଁ । 

୨୪୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୩୭ ଜଣଙ୍କର ୨ କୋଟିରୁ ଅଧିକ ସମ୍ପତ୍ତି ରହିଛି । ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହୋଇଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି । ଭଟଲିର ବିଏସପି ବିଧାନସଭା ପ୍ରାର୍ଥୀ ନାରାୟଣ ବେସ୍ରାଙ୍କ ସମ୍ପତ୍ତିର ମୂଲ୍ୟ ମାତ୍ର ୮ ହଜାର ଟଙ୍କା । ୩୫ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ବିଜେପିର ୫ ଏବଂ ସିପିଆଇର ଜଣେ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିଭଳି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୮୪ ଜଣଙ୍କ ନାଁରେ ଅପରାଧୀକ ମାମଲା ଥିବା ବେଳେ ୬୮ ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧୀକ ମାମଲା ରହିଛି ।

Get real time updates directly on you device, subscribe now.

Comments
Loading...