News World Odisha
Current News Updates

ନବୀନ ଧରିବେ ଦେଶର ମଙ୍ଗ; ୧୯ରେ ହେବେ ପ୍ରଧାନମନ୍ତ୍ରୀ

0 4,689

Get real time updates directly on you device, subscribe now.

ନବୀନଙ୍କ ନେତୃତ୍ୱ ନେଇ ଆକଳନ କଲେ ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର ଜେନା  । ନବୀନଙ୍କ ଦୃଢ଼ ସଙ୍ଗଠନ ଓ ନେତୃତ୍ୱ ନେବାର କ୍ଷମତାକୁ ଦେଖି ଆଗାମୀ ଦିନରେ ନବୀନ ଦେଶର ମଙ୍ଗ ଧରୁଥିବା ଆକଳନ କଲେ ରବୀନ୍ଦ୍ର  । ନବୀନ ୨୦୧୯ରେ ଦେଶର ପ୍ରଧାନମନ୍ତ୍ରୀ ହେଉଥିବା ସେ କହିଛନ୍ତି । ଜଳେଶ୍ୱରର ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ରବୀନ୍ଦ୍ର ନବୀନଙ୍କ ସମ୍ପର୍କରେ ଏଭଳି କହିଛନ୍ତି  ।

ଦେଶରେ ଏବେ ବିଜେପିର ସ୍ଥିତି ସାଙ୍ଘାତିକ ଦେଉଥିବାରୁ ୫୪୩ ଲୋକସଭା ଆସନରୁ ବିଜେପିକୁ ମାତ୍ର ୧୪୦ ଆସନ ମିଳିବ ବୋଲି ରିପୋର୍ଟ ପ୍ରକାଶ ପାଇଛି  । ତେଣୁ ଦେଶରେ ଏକ ମହାଗଠବନ୍ଧନ ମାଧ୍ୟମରେ ସରକାର ଗଢ଼ା ହେବ  । ଯେଉଁଥିରେ ନବୀନ ବାବୁ ଏକ ବଡ଼ ଭୂମିକା ନେବେ  । ଆଗାମୀ ଦିନରେ ନବୀନଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଏକ ବିରାଟ ଜନମତ ସୃଷ୍ଟି ହେଲାଣି  । ତେଣୁ ଭାରତବର୍ଷର ମଙ୍ଗଧରିବାକୁ ନବୀନଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ  । ୨୧ରୁ ୨୧ ଆସନ ଜିତାଇ ଆମେ ନବୀନଙ୍କୁ ଏହି ସୁଯୋଗ ଦେବୁ ବୋଲି ସାଧାରଣସଭାରେ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ରବୀନ୍ଦ୍ର  ।

କିଛି ଲୋକଙ୍କ ଚକ୍ରାନ୍ତ ପାଇଁ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ  । ଆଉ ଏବେ ନବୀନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆପଣଙ୍କ ସହଯୋଗ ନବୀନଙ୍କୁ ମଙ୍ଗ ଧରେଇବ ବୋଲି ରବୀନ୍ଦ୍ର କହିଛନ୍ତି   । ଜଳେଶ୍ୱର ସଭାରେ ତୋଫାନୀ ପ୍ରଚାର କରି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ବାଲେଶ୍ୱର ପାଇଁ କଂଗ୍ରେସର ପାରାଟୁଟ ନେତାଙ୍କୁ ମଧ୍ୟ ସମାଲୋଚନାର ଶର ମାରିଛନ୍ତି। କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କ ଉପରେ ଧୂମ ବର୍ଷିଛନ୍ତି ରବୀନ୍ଦ୍ର  । ବାହାରୁ ଆସିଥିବା ଜଣେ ନେତା ଆମ କଥା କେମିତି ବୁଝିବେ  । ତାଙ୍କ ଠିକଣା କଣ ବୋଲି କହି ରବୀନ୍ଦ୍ର କଟାକ୍ଷ କରିଛନ୍ତି  । ମାଆ ହୋଟେଲର ରୁମ ନମ୍ବର ୧୦୩ରେ ରହୁଥିବା ନେତା, ଆସନ୍ତା ୨୯ ତାରିଖ ପରେ ଦେଖାନଥିବ  । ଆଉ ଜଣେ ଦାଢ଼ିଆ ବାବା ୨୦୧୪ ପରେ କେବେ ଜଳେଶ୍ୱରରେ ଦର୍ଶନ ଦେଇଛନ୍ତି କି ? ଜଳେଶ୍ୱର ଲୋକେ ସେ ବାବାଙ୍କୁ କେବେ ଦେଖିଛନ୍ତି କି ? ବୋଲି ପ୍ରଶ୍ନ କରି ୨ ନେତାଙ୍କୁ ବାକ୍ୟ ବାଣ ମାରିଛନ୍ତି ରବୀନ୍ଦ୍ର  ।

Get real time updates directly on you device, subscribe now.

Comments
Loading...