News World Odisha
Current News Updates

ଚାଷୀଙ୍କ ପାଇଁ ୨ ମିନିଟ୍ ଦେଇପାରିଲାନି ଦିଲ୍ଲୀ ଦରବାର: ନବୀନ

0 81

Get real time updates directly on you device, subscribe now.

ପୁଣି କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ରର ଅବିଚାରୀଢଙ୍ଗକୁ ଟାର୍ଗେଟ କଲେ ନବୀନ  । ବିଜେପି ୨ ଗୁଣା ଏମଏସପି ପାଇଁ କହିଥିଲା, ମାତ୍ର କିଛି ହେଲା ନାହିଁ । ୨୦୧୬ରେ ଏନେଇ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଏନେଇ ବିଧାନସଭାରେ ସମସ୍ତେ ନିଷ୍ପତ୍ତି ନେଲେ। ଗୃହ କମିଟି ମଧ୍ୟ ହେଲା। ସବୁ ଦଳ ଏଥିରେ ସାମିଲ ହେଲେ। ଚାଷୀଙ୍କ କଥା କହିବାକୁ ଦିଲ୍ଲୀ ଗଲେ । ୨ବର୍ଷ ବିତିଗଲା, ହେଲେ ଫଳହେଲା ଚାଷୀଙ୍କ ପାଇଁ ଦିଲ୍ଲୀ ଦରବାର ୨ମିନିଟ ସମୟ ଦେଇପାରିଲାନି । କେନ୍ଦ୍ରରେ ୨ଜଣ ଓଡ଼ିଆ ମନ୍ତ୍ରୀ ଅଛନ୍ତି । ହେଲେ ସେମାନେ ବି ମୁହଁ ଖୋଲିଲେନି ବୋଲି ନବୀନ କହିଛନ୍ତି। କୋଷଳି ଭାଷାକୁ ମାନ୍ୟତା ପାଇଁ ମଧ୍ୟ ଦାବି କରାଯାଇଥିଲା। ହେଲେ କିଛି ହେଲାନି। ହସ୍ତତନ୍ତ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗିଲା। ବୁଣାକାରମାନେ ହଇରାଣ ହେଲେ। ବିଜେଡି ସରକାର କେନ୍ଦ୍ର ନିକଟରେ ଦାବି କରିବା ପରେ ଜିଏସ୍‌ଟି କମିଲା। ତେବେ ବିଜେଡି ସରକାର ଗଠନର ପ୍ରଥମ ଦିନରେ ହିଁ ସବୁ ଚାଷୀ କାଳିଆ ଯ଼ୋଜନାର ଦୁଇଟି କିସ୍ତି ଏକା ଥରକେ ପାଇବେ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

ବରଗଡ଼ ଓ ବଲାଙ୍ଗୀରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ। କଣ୍ଟାବାଞ୍ଜି, ବଙ୍ଗମୁଣ୍ଡା, ହଲଦି, ଟିଟିଲାଗଡ, ବେଲଗାଁ, ସଇଁତଲା, ତୁସରାଛକ , ଦେଓଗଁ।, ବଲାଙ୍ଗିର, ଲୋଇସିଙ୍ଗାରେ ରୋଡ୍‌ ସୋ କରିବେ ବିଜେଡି ସୁପ୍ରିମୋ। ରୋଡ୍‌ ସୋ ପରେ ବରଗଡ ଡାକବଙ୍ଗଳାରେ ନବୀନଙ୍କ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ବିଜେପୁରରେ ପ୍ରଚାର କରିବେ ନବୀନ।

Get real time updates directly on you device, subscribe now.

Comments
Loading...