News World Odisha
Current News Updates

ରାଜ୍ୟରେ ଅସହ୍ୟ ତାତି: ରାଜଧାନୀରେ ୪୦ ଛୁଇଁଲା ପାରଦ…

0 62

Get real time updates directly on you device, subscribe now.

ସାରା ରାଜ୍ୟରେ ଅସହ୍ୟ ତାତି । ଗତକାଲି ୪୦ ଡିଗ୍ରୀ ଉପରେ ଥିଲା ୧୧ ସହରର ତାପମାତ୍ରା । ୪୩.୫ ଡିଗ୍ରୀ ସହ ସବୁଠୁ ତତଲା ସହର ହୋଇଛି ଟିଟିଲାଗଡ଼ । ତେବେ ଆଜି ମଧ୍ୟ ରାଜ୍ୟରେ ୨ରୁ ୩ଡିଗ୍ରୀ ତାପମାତ୍ରା ବଢିପାରେ । ତାତିରେ ବ୍ରେକ ଲଗାଇବ କାଳବୈଶାଖୀ । ୧୬,୧୭ ,୧୮ ତାରିଖ ତିନି ଦିନ ଧରି ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଯାଜପୁର, କୋରାପୁଟ, ବାଲେଶ୍ୱର, କେନ୍ଦୁଝର, ଗଜପତି ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ । ଏହାସହ ଉତ୍ତର ଓଡିଶାରେ ମଧ୍ୟ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments
Loading...