News World Odisha
Current News Updates

ବିଜେପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ନବୀନ, କହିଲେ ବିଜେପୁର ବିକାଶ ମୋର ଦାୟିତ୍ୱ

0 94

Get real time updates directly on you device, subscribe now.

ପରୀକ୍ଷା ପାଖଉଛି, ହାର୍ଟବିଟ୍ ବଢ଼ୁଛି । ପାରୀକ୍ଷାରେ ପାସ୍ ହେବାକୁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ହେଭିୱେଟ । ନେତାମାନେ କେଉଁଠି ନୂଆ ନୂଆ ପ୍ରତିଶ୍ରୁତି ଦେଉଛନ୍ତି ତ କେଉଁଠି ଦାୟିତ୍ୱ ମୁଣ୍ଡାଇବାକୁ ଦମ୍ଭ ଦେଖାଉଛନ୍ତି । ନାକ ତଳେ ୨ୟ ପର୍ଯ୍ୟାୟ ନିର୍ବାଚନ ଥିବାରୁ ଆଜି ବରଗଡ଼ ବିଜେପୁରରେ ମାରାଥନ ପ୍ରଚାର କରିଛନ୍ତି ନବୀନ  । ଆଉ ପ୍ରଚାର ବେଳେ ବିଜେପୁରବାସୀଙ୍କୁ ଭରସା ଦେଇଛନ୍ତି ନବୀନ  । ହିଞ୍ଜିଳି ପରେ ବିଜେପୁରର ଦାୟିତ୍ୱ ମୁଣ୍ତାଇବାକୁ ନବୀନ କହିଛନ୍ତି ।

ଏଥର ନିର୍ବାଚନରେ ଦୁଇଟି ଜାଗାରୁ ଲଢୁଛନ୍ତି ନବୀନ ।  ନିଜର ଚିରାଚରିତ ଗଡ଼ ହିଞ୍ଜିଳି ପରେ ଏଥର ନୂଆକରି ବିଜେପୁର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ନବୀନ । ଦ୍ୱିତୀୟ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ବିଜେପୁରରେ ଶେଷ ସ୍ପର୍ଶ ଦେଇଛନ୍ତି ନବୀନ । ବିଜେପୁରବାସୀଙ୍କ ଅନୁରୋଧ ରକ୍ଷା କରି ଏଥର ବିଜେପୁରରୁ ଲଢିବାକୁ ନିଷ୍ପତ୍ତି ନେଇ ସେ ଖୁସି ଥିବା କହିଛନ୍ତି । ବିଜେପୁରର ବିକାଶକୁ ନୂଆ ଦିଗକୁ ନେବାକୁ ଏଥର ପଣ କରିଛନ୍ତି ସୁପ୍ରିମୋ  ।  

ବିଜେପୁରରେ ପହଞ୍ଚିବା ମାତ୍ରେ ଗଂଗାଧର ମେହେରଙ୍କ ପବିତ୍ର ମାଟିକୁ ପ୍ରଣାମ କରିଛନ୍ତି ନବୀନ। ଗତ ଉପନିର୍ବାଚନ ବେଳେ ବିଜେପୁର ଆସିଥିଲେ। ତେବେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ଉପନିର୍ବାଚନରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରି ବିଜେପୁର ବିଧାୟିକା କରିଥିଲା  । ସେବେଠାରୁ ବିଜେପୁରକୁ ନିଜ ଗଡ଼ କରିବାକୁ ନିଷ୍ପତ୍ତି ନେଇଥିବା ନବୀନ  ଏଥର ଯୋଦ୍ଧା ସାଜିଛନ୍ତି  ।

Get real time updates directly on you device, subscribe now.

Comments
Loading...