News World Odisha
Current News Updates

୩ ରାଜ୍ୟରେ ୨୮ ଜୀବନ ନେଲା ଘୂର୍ଣ୍ଣିଝଡ଼…

0 199

Get real time updates directly on you device, subscribe now.

ମଙ୍ଗଳବାର ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରେ ଧୂଳିଝଡ଼ର ତାଣ୍ଡବ । ଗତକାଲି ଆସିଥିବା ଝଡ଼ରେ ରାଜସ୍ଥାନରେ ୯ ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଆହତ ହୋଇଛନ୍ତି । ମଧ୍ୟପ୍ରଦେଶରେ ବଜ୍ରପାତରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗୁଜରାଟରେ ମଧ୍ୟ ଧୂଳିଝଡ଼ ନେଇଛି ୯ ଜଣଙ୍କ ଜୀବନ । ହଠାତ୍‌ ପ୍ରବଳ ବେଗରେ ପବନ ସହ ଧୂଳିଝଡ଼ରେ ଅସ୍ତବ୍ୟସ୍ତ ହୋଇଥିଲି ସାଧାରଣ ଜୀବନ । ଗୁଜରାଟର ରାଜକୋଟ, ଗାନ୍ଧୀନଗର, ଅହମ୍ମଦବାଦ ଓ ବରୋଦାରେ ହଜାର ହଜାର ସଂଖ୍ୟାରେ ଗଛ ଭାଙ୍ଗିଛି । ରାଜସ୍ଥାନର ଅଜମେର, ବିକାନେର, ପ୍ରତାପଗଡ଼ ଓ ଶ୍ରୀଗଙ୍ଗାନଗରରେ ପ୍ରବଳ ବେଗରେ ପବନ ବହିବା ସହ ଧୂଳିଝଡ଼ ଚାଷୀଙ୍କ ଚିନ୍ତା ବଢ଼ାଇଛି । ସେପଟେ ଗୁଜରାଟରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Comments
Loading...