News World Odisha
Current News Updates

ବ୍ୟାଙ୍କ ଫ୍ରଡର ନୂଆ ଟ୍ରେଣ୍ଡ୍

0 68

Get real time updates directly on you device, subscribe now.

ବ୍ୟାଙ୍କ ଫ୍ରଡର ନୂଆ ଟ୍ରେଣ୍ଡ । ଗ୍ରାହକ ବଦଳରେ ଏବେ ସାଧାସଳଖ ଟାର୍ଗେଟରେ ବ୍ୟାଙ୍କ ମ୍ୟାନେଜର । ବ୍ୟାଙ୍କ ମ୍ୟାନେଜରଙ୍କୁ ଇମୋସନାଲ ଅତ୍ୟାଚାର କରି ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି ହାଇପ୍ରୋଫାଇଲ ଠକ । ଆଉ ଏହି ଠକଙ୍କ ମୋହରା ପାଲଟିଛନ୍ତି ରାଜ୍ୟର ପ୍ରମୁଖ ଆଟୋ ମୋବାଇଲ କମ୍ପାନୀ ।

ବ୍ୟାଙ୍କ ମ୍ୟାନେଜରଙ୍କ ପାଖକୁ ଆସୁଛି ଅଜଣା ନମ୍ବରରୁ ଫୋନ । ପ୍ରଥମେ ନିଜକୁ ଜଣେ ହାଇପ୍ରୋଫାଇଲ ବିଜନେସ ମ୍ୟାନର ପରିଚୟ ଦେଉଛି ଠକ । ଏଥି ସହ ବ୍ୟାଙ୍କର ପୁରୁଣା ଗ୍ରାହକ କହି ମ୍ୟାନେଜରଙ୍କ ସହ ସମ୍ପର୍କ ବଢାଉଛି । ଆଉ ବାରମ୍ବାର ଫୋନ୍‌ କରି ସମ୍ପର୍କ ନିବିଡ କରିବା ପରେ ଅର୍ଜେଣ୍ଟ ଥିବା ଦର୍ଶାଇ ଆରଟିଜିଏସ, ରିଏଲ ଟାଇମ ଗ୍ରସ ଟ୍ରାନ୍ସଫର କରାଇବାକୁ ମ୍ୟାନେଜରଙ୍କୁ ଠକ କରୁଛନ୍ତି ଅନୁରୋଧ ।

ମ୍ୟାନେଜର ଅରାଜି ହେଲେ, ପୁରୁଣା କଷ୍ଟମର ବୋଲି କହୁଛନ୍ତି । ଏଭଳି ସ୍ଥିତିରେ ପୁରୁଣା କଷ୍ଟମର ହାତଛଡା ହୋଇଯିବା ଆଶଙ୍କାରେ ଆରଟିଜିଏସ କରିବାକୁ ବାଧ୍ୟ ହେଉଛନ୍ତି କିଛି ବ୍ୟାଙ୍କ ମ୍ୟାନେଜର । ଅନ୍ୟ ଏକ ଆକାଉଣ୍ଟକୁ ଆରଟିଜିଏସ ହୋଇଗଲା ପରେ ତତକ୍ଷଣାତ ତାହା ଆଉ ଗୋଟେ ଆକଉଣ୍ଟକୁ ଟ୍ରାନ୍ସଫର ହୋଇଯାଉଛି । ମ୍ୟାନେଜରଙ୍କ ସନ୍ଦେହ ପୂର୍ବରୁ ଆକାଉଣ୍ଟରୁ ଟଙ୍କା ଗୋଲ୍‌, ଠକ ମାଲାମାଲ୍‌ । ଅଶୋକା ମାର୍କେଟରେ ଥିବା ୟୁକୋ ବ୍ୟାଙ୍କର ଏଜିଏମ ପ୍ରଣବ କୁମାର ବିଶ୍ବାସ ଏପରି ଠକେଇର ଶିକାର ହେବା ପରେ ସାମନାକୁ ଆସିଛି ଏଭଳି ଚିଟିଂ ଗ୍ୟାଙ୍ଗର କାରନାମା ।

ପ୍ରଣବଙ୍କୁ ୯୭୫୮୮୨୮୯୮୮ ନମ୍ବରରୁ କଲ୍‌ କରିଥିଲା ଠକ । ନିଜକୁ ପାହାଳସ୍ଥିତ ଅନନ୍ତ ନିସାନ ଅଟୋମୋବାଇଲର ଏମଡି କହି ସମ୍ପର୍କ ବଢାଇଥିଲା । ପ୍ରଣବଙ୍କୁ ଟ୍ରାପ କରି ୮ ଲକ୍ଷରୁ ଅଧିକ ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆକାଉଣ୍ଟରୁ ଆରଟିଜିଏସ କରାଇ ନେଇଛି ଠକ । ମାତ୍ର ୨ ମାସ ତଳେ କ୍ରିଏଟ ହୋଇଥିବା ଏହି ଆକାଉଣ୍ଟରୁ ରାଜ୍ୟ ବାହାରୁ ନଗଦ ଟଙ୍କା ଉଠାଇ ଛୁ ମାରିଛି ଠକ । ଏନେଇ ପ୍ରଣବଙ୍କ ଏତଲା ଆଧାରରେ କ୍ୟାପିଟାଲ ଥାନାରେ ୧୨୯/୨୦୧୯ରେ ମାମଲା ରୁଜୁ ହୋଇଛି । କେବଳ ପ୍ରଣବ ନୁହଁନ୍ତି, ଭୁବନେଶ୍ବରର ଆଉ କିଛି ରାଷ୍ଟ୍ର।ୟତ ବ୍ୟାଙ୍କର ଅଧିକାରୀ ମଧ୍ୟ ସମାନ ଢଙ୍ଗରେ ଲୁଟର ଶିକାର ହୋଇଛନ୍ତି ।

ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଅନ୍ୟ ଏକ ଅଟୋମୋବାଇଲ କମ୍ପାନୀରେ ମାଲିକ କହି ୯୧୧୯୦୭୦୦୬ ନମ୍ବରରେ ଟ୍ରାପ କରିବାରେ ବିଫଳ ହୋଇଛି ଠକ । ଡିପାର୍ଟମେଣ୍ଟାଲ ଇନକ୍ବାରୀ ଭୟରେ ଠିକେଇର ଶୀକାର ହୋଇଥିବା କିଛି ବ୍ୟାଙ୍କ କର୍ମଚାରୀ ଅଭିଯୋଗ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି ।  ସେପଟେ ଏହି ଲୁଟ୍‌ ପଛରେ ବ୍ୟାଙ୍କ ଓ ଅଟୋମୋବାଇଲ୍ସ କମ୍ପାନିର କିଛି କର୍ମଚାରୀ ସଂପୃକ୍ତ ଥିବା ସନ୍ଦେହ କରିଛନ୍ତି ଆଇଟି ଏକ୍ସପର୍ଟ ।

ଲୁଟର ତରିକା ଏବଂ ମୋଡ ଅଫ ଅପରେସନକୁ ଦୃଷ୍ଟିରେ ସିବିଆଇ ଭଳି ସଂସ୍ଥାକୁ ତଦନ୍ତ ଭାର ଦିଆଯିବା ଉଚିତ ବୋଲି କହିଛନ୍ତି ପୋଲିସ ପୂର୍ବତନ ପୋଲିସ ଡିଜି ଏସ୍‌. ଏନ୍‌. ତିଓ୍ବାରୀ । ଗ୍ରାହକଙ୍କୁ ସଚେତନ କରାଉଥିବା ବ୍ୟାଙ୍କ କର୍ମଚାରୀ ଏବେ ଠକଙ୍କ ଟାର୍ଗେଟରେ । 

Get real time updates directly on you device, subscribe now.

Comments
Loading...