News World Odisha
Current News Updates

ବିଜୁପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ବାର୍ଷିକୀ

0 28

Get real time updates directly on you device, subscribe now.

ଆଜି ପ୍ରବାଦ ପରୁଷ ବିଜୁପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ବାର୍ଷିକୀ । ୧୯୯୭ ମସିହା ଏପ୍ରିଲ୍‌ ଆଜିର ଦିନରେ ବିଜୁ ବାବୁଙ୍କ ଦେହାନ୍ତ ହୋଇଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଆଜିବି ଝୁରୁଛି ଓଡ଼ିଶା । ସେ ଥିଲେ ନିର୍ବିକାର, ସାହାସୀ ଓ ସ୍ବାଭିମାନ ଓ ଦୁରଦୃଷ୍ଟିର ପ୍ରତିକ  । ସେ ଜଣେ ଜନ ନାୟକ ମଧ୍ୟ । ରାଜ୍ୟ ଉନ୍ନତିର ସେ ଥିଲେ ଶ୍ରଷ୍ଟା । ଓଡ଼ିଶା ଭଳି ଖଣିଜପୂର୍ଣ୍ଣ ରାଜ୍ୟରେ ଶିଳ୍ପର ବିକାଶ କରାଇଥିଲେ । ବ୍ୟକ୍ତି ଗତ ଉଦ୍ୟମରେ ସେ କଟକ ଚୌଦ୍ଵାରରେ ଗଢିତୋଳିଥିଲେ ଓଡ଼ିଶା ଟେକ୍‌ସଟାଇଲ୍‌ ମିଲ୍‌ , କଳିଙ୍ଗ ଟ୍ୟୁବ୍‌ , କଳିଙ୍ଗ ଇଣ୍ଡଷ୍ଟି ଭଳି ବହୁ କାରଖାନା । ପାରଦୀପରେ ବନ୍ଦର ସ୍ଥାପନ ପାଇଁ ସେ ପ୍ରଥମେ ଉଦ୍ୟମ ଆରମ୍ଭ କରିଥିଲେ । ୧୩ ଜିଲ୍ଲା ବିଶିଷ୍ଟ ଓଡ଼ିଶାକୁ ୩୦ ଜିଲ୍ଲାରେ ପରିଣତ କରିଥିଲେ ବିଜୁବାବୁ । ସେ ଗରିବ, ଖଟିଖିଆ ଓ ଚାଷୀ ପାଇଁ ବି ବିଭିନ୍ନ ଯ଼ୁଗାନ୍ତକାରୀ ପଦକ୍ଷେପ ନେଇ ସେ ସାରା ଦେଶରେ ଉଦାହଣଣ ପାଲଟିଥିଲେ ।

ଭୁବନେଶ୍ବରରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ବିଜେଡି ପକ୍ଷରୁ ବିନ୍ଦୁ ସାଗର ଉତ୍ତରେଶ୍ବର ଘାଟରେ ତିଳ ତର୍ପଣ କରାଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଶୀ ଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା  ଉପସ୍ଥିତ ରହିଥିଲେ । ବହୁ ପୂର୍ବତନ କର୍ପୋରେଟର ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.

Comments
Loading...