News World Odisha
Current News Updates

ପଞ୍ଚମୂଖୀ ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ

0 56

Get real time updates directly on you device, subscribe now.

ଖାନନଗର ସ୍ଥିତ ଶ୍ରୀ ଶ୍ରୀ ପଞ୍ଚମୂଖୀ ମହାବୀର ମନ୍ଦିର ପରିଚାଳନା ସମିତି ଓ ପଞ୍ଚମୂଖୀ ମହାବୀର ଯୁବ ସେବା ସମିତି ମିଳିତ ଆନୁକୂଲ୍ୟରେ ମନ୍ଦିରର ୧୦୫ତମ ବାର୍ଷିକ ଉତ୍ସବ ଶାନ୍ତିପୂର୍ଣ୍ଣଭାବେ ଉଦଯାପନ ହୋଇଯାଇଛି । ଏନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସଂନ୍ଧ୍ୟାରେ ଭଜନ ସମାରୋହ ହୋଇଥିଲା ଏହା ସହ ପୁଲୱାମା ଆକ୍ରମଣରେ ବୀର ସହିଦ ଯବାନ କଟକ ନିଆଳିର ମନୋଜ ବେହେରା ଓ ଜଗତସିଂହପୁର ନାଉଗାଁ ର ପ୍ରସନ୍ନ ସାହୁ ଙ୍କ ପରିବାରକୁ ୧୦,୦୦୦ ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିଲା । ତାହାସହ ଖାନନଗର young utkal club ର ପ୍ରଶୀକ୍ଷକ ଶ୍ରୀ ଜନାର୍ଦନ ଜେନାଙ୍କୁ ୧୫,୦୦୦ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା କଟକର ଡ଼ି.ପ୍ରକାଶ ରାଓ ଓ ଏସସିବି ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତିଙ୍କୁ ଉଦଯାପନୀ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପଞ୍ଚମୂଖୀ ମନ୍ଦିର ପରିଚାଳନା ସମିତିର ସଭାପତି କ୍ଷେତ୍ରମୋହନ ସାହୁ ସମ୍ପାଦକ ଗନ୍ଧର୍ବ ବେହେରା ଓ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟିର ସଭାପତି ସୁବାସ ଚନ୍ଦ୍ର ବେହେରା, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ନେତାଜୀନଗର ଉନ୍ନୟନ ପରିଷଦର  ସମ୍ପାଦକ ରବିନ୍ଦ୍ର ମୁଦୁଲି , ସମାଜସେବୀ ଅଭିମନ୍ୟୁ ଦାସ୍ ,ସଞ୍ଜୀବ ଚିନ୍ନାରା ଙ୍କ ସହ ପଞ୍ଚମୂଖୀ ଯୁବ ସେବାସମିତିର  ସଭାପତି ସୁନିଲ ମିଶ୍ର ,ସମ୍ପାଦକ ବିଶ୍ବରଞ୍ଜନ ମହାପାତ୍ର , କୋଷାଧ୍ୟକ୍ଷ ମୋନଜ କୁମାର ସାହୁ , ସମ୍ବିତ୍ ସାହୁ,ସମିର୍ ମହାନ୍ତି ଓ ବାଦଲ ସାହୁ ଉପସ୍ଥିତ ଥିଲେ । ଚଳଚ୍ଚିତ୍ର ଜଗତର ସମ୍ପାଦକ ଆଦିକନ୍ଦ ରାଉତ ମଞ୍ଚ ପରିଚାଳନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments
Loading...