News World Odisha
Current News Updates

ନିର୍ବାଚନ ପୂର୍ବରୁ ନିର୍ମମ ହତ୍ୟା: ପୋଲିଂ ସୁପରଭାଇଜରଙ୍କୁ ଗୁଳି କଲେ ମାଓବାଦୀ

0 158

Get real time updates directly on you device, subscribe now.

୨ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଲଙ୍କାକାଣ୍ଡ  । ନିର୍ବାଚନକୁ ବିରୋଧ କରି ନିର୍ମମ ହତ୍ୟା କଲେ ମାଓବାଦୀ  । ପୋଲିଂ ଅଫିସରଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ  । ବୁଥକୁ ଯାଉଥିବା ବେଳେ ସୁପରଭାଇଜରଙ୍କୁ ମାରିଦେଲେ ମାଓବାଦୀ  । ଫୁଲବାଣୀ ଗୋଚ୍ଛାପଡ଼ା ଥାନା ବାନ୍ଦାପଡ଼ାରେ ପୋଲିଂ ସୁପରଭାଇଜରଙ୍କୁ ମାଓବାଦୀ ହତ୍ୟା କଲେ  । ମୃତ ପୋଲିଂ ସୁପରଭାଇଜରଙ୍କ ନାମ ସଂଯୁକ୍ତା ଦିଗାଲ ସୂଚନା  ।

ତେବେ ସକାଳେ ପୋଲିଂ ପାର୍ଟି ଗାଡ଼ିକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ ମାଓବାଦୀ  । ଫିରିଙ୍ଗିଆ ମିଗୁନପଦର ଗାଁରେ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ  । ଗୁଳିମାଡ଼ରେ ସୁପରଭାଇଜର ମରିଥିବା ନେଇ ପୋଲିସ ଡିଜିଙ୍କ ସୂଚନା  । ଗୁଳିମାଡ଼ ପରେ ଉକ୍ତ ସ୍ଥାନରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଛି  ।

Get real time updates directly on you device, subscribe now.

Comments
Loading...