News World Odisha
Current News Updates

ଭୋଟ୍‌ ଦେଇପାରିବେନି ରାହୁଲ ଦ୍ରାବିଡ

0 192

Get real time updates directly on you device, subscribe now.

ଭୋଟ୍‌ ଦେବାରୁ ବଞ୍ଚିତ ହେବେ ରାହୁଲ ଦ୍ରାବିଡ । ନିର୍ବାଚନ କମିଶନଙ୍କ ବ୍ରାଣ୍ଡ ଆମ୍ବାସଡର, କିନ୍ତୁ ନିଜେ ଦେଇପାରିବେନି ଭୋଟ୍‌ । ଅନ୍ୟଙ୍କୁ ଭୋଟ୍‌ ପାଇଁ କହୁଥିବା ରାହୁଲ ନିଜେ ଦେଇପାରିବେନି ଭୋଟ । ପୂର୍ବରୁ ଏ ନେଇ ଖବର ପ୍ରକାଶ ପାଇଥିଲା ।

କିନ୍ତୁ ଏବେ ନିର୍ବାଚନ କମିଶନଙ୍କ ଅଫିସ ତରଫରୁ ଏହାକୁ ସ୍ପଷ୍ଟ କରାଯାଇଛି । ଦ୍ରାବିଡଙ୍କ ନାଁକୁ ସାମିଲ କରାଯାଇ ତାଙ୍କୁ ଭୋଟ ଦେବା ପାଇଁ ସୁଯୋଗ ଦେବାକୁ ଅନୁରୋଧ କରାଯାଇଥିଲା । ଯାହାକୁ ଅଗ୍ରାହ୍ୟ କରିଦେଇଛନ୍ତି ନିର୍ବାଚନ କମିଶନ । ଶେଷ ତାରିଖ ପରେ ଭୋଟର ଲିଷ୍ଟରେ କାହା ନାଁକୁ ସାମିଲ କରାଯାଇ ପାରିବନି ବୋଲି ଡେପୁଟି ନିର୍ବାଚନ କମିଶନର କହିଛନ୍ତି । ଭୋଟ ଦେବା ୧୮ ତାରିଖରେ କର୍ଣ୍ଣାଟକାରେ ହେବ ଭୋଟିଂ । 

Get real time updates directly on you device, subscribe now.

Comments
Loading...