News World Odisha
Current News Updates

ବିଜୁଙ୍କ ମାଟିରୁ ବୈଜୟନ୍ତଙ୍କୁ ବଡ଼ ତୀର !

0 255

Get real time updates directly on you device, subscribe now.

ବିଜୁଙ୍କ ମାଟିରୁ ବଡ଼ ବାଣ ମାରିଲେ ନବୀନ ପଟ୍ଟନାୟକ। ବୈଜୟନ୍ତଙ୍କ ନାଁ ନନେଇ ବୁଲେଇ ନିଶାନା କଲେ ନବୀନ। ଜଣେ ସାଂସଦ ଆପଣଙ୍କର, ଆପଣଙ୍କ ଅଞ୍ଚଳର ବିକାଶ ନକରି, ଶିଳ୍ପର ବିକାଶ ନକରି ନିଜ ଶିଳ୍ପର ବିକାଶରେ ଲାଗିଥିଲେ। ନବୀନ ପୂର୍ବତନ ସାଂସଦଙ୍କ ଶିଳ୍ପ କଥା ଉଠାଇ ରାଜନଗରରୁ ସମାଲୋଚନାର ଶର ମାରିଥିଲେ।

ତେବେ କେନ୍ଦ୍ରାପଡ଼ାର ରେଳ ସମସ୍ୟା ନେଇ ଅନେକ ଥର ମୁଁ କେନ୍ଦ୍ରର ମନ୍ତ୍ରୀଙ୍କୁ କହିଛି। କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା ବି କରିଛି ହେଲେ ମତେ ରେଳମନ୍ତ୍ରୀ କହିଛନ୍ତି କି ଆପଣଙ୍କ ସେଠାକାର ସାଂସଦ ଏ ବିଷୟରେ କିଛି କହୁନାହାନ୍ତି । ସେ ନିଜ ଶିଳ୍ପ ବିଷୟରେ କହୁଛନ୍ତି।

ମୋ କଥାରେ ଆପଣ ଦୁଇ ଦୁଇ ଥର ତାଙ୍କୁ ଭୋଟ ଦେଇଛନ୍ତି। ମାତ୍ର ସାଂସଦ ଆପଣଙ୍କ ସହ ବିଶ୍ୱାସଘାତ କରିଛନ୍ତି । ସେଥିପାଇଁ ମୁଁ ଉତ୍ତରଦାୟୀ । ଏହା କେନ୍ଦ୍ରାପଡ଼ା ପାଇଁ ଓ ଆପଣଙ୍କ ପାଇଁ ଅସମ୍ମାନ। ତେଣୁ ଏହାର ଉଚିତ ଜବାବ ଦିଅନ୍ତୁ ବୋଲି ନବୀନ କେନ୍ଦ୍ରାପଡ଼ାବାସୀଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments
Loading...