News World Odisha
Current News Updates

ପୁଣି ‘ରାଜା’ ହେବେ କି ରାଜା ସ୍ୱାଇଁ…?

0 87

Get real time updates directly on you device, subscribe now.

ଗଣତନ୍ତ୍ର ମହାପର୍ବର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ରହିଛି ଆଠଗଡ଼ ବିଧାନସଭା ଆସନ। ସକାଳୁ ସକାଳୁ ନିଜ ପସନ୍ଦର ନେତା ବାଛିବା ପାଇଁ ଭୋଟ କେନ୍ଦ୍ର ଆଗରେ ଭୋଟରଙ୍କ ଲମ୍ବା ଧାଡ଼ି । ସକାଳ ୭ରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ,ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଜାରି ରହିବ ।

କାହାର ହେବ ଆଠଗଡ ? ଦୀର୍ଘ ବର୍ଷ ଧରି ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି ଆଠଗଡ । ବିଜୟ ବାନା ଉଡାଇବାକୁ କଂଗ୍ରେସ ଓ ବିଜେପି ଆପଣାଇଛନ୍ତି ନୂଆ ଷ୍ଟ୍ରାଟେଜି । ଆଠଗଡ଼ ରାଜନୀତି ରୋଚକ ମୋଡରେ ରହିଛି ।

ଆଠଗଡବାସୀଙ୍କ ଭରସା ଜିତିପାରିବେ କି ରାଜା ? ଉପକୂଳ ଓଡିଶାରେ ବିଜେଡିର ଟାଣୁଆ ସଂଗଠକ ତଥା ହେଭିୱେଟ ନେତା ଭାବେ ରାଜା ସ୍ବାଇଁଙ୍କ ରହିଛି ଦବଦବା। ଆଠଗଡବାସୀ ଲଗାତାର ୫ ଥର ରାଜା ସ୍ବାଇଁଙ୍କୁ ବିଜୟର ଟୀକା ପିନ୍ଧାଇଛନ୍ତି।

ଚଳିତ ନିର୍ବାଚନରେ ବି ବିଜେଡି ୬ଷ୍ଠ ଥର ବିଜୟ ଆଶା ରଖି ରାଜାଙ୍କୁ ଟିକେଟ୍ ଦେଇଛି ।

ଅନ୍ୟପଟେ କମବ୍ୟାକ୍ କରିବାକୁ ନୂଆ ମୁହଁଙ୍କୁ ମୈଦାନକୁ ଓହ୍ଲାଇଛି ବିଜେପି ଓ କଂଗ୍ରେସ । ବିଜେପି ବ୍ରଜେନ୍ଦ୍ର ରାୟଙ୍କ ଉପରେ ଭରସା କରିଥିବା ବେଳେ କଂଗ୍ରେସ ଉମାବଲ୍ଲଭ ରଥଙ୍କ ଉପରେ ବିଜୟ ଆଶା ରଖିଛି ।

ହେଲେ ଜନତା ଏଥର କେଉଁ ଆଧାରରେ ଭୋଟ ଦେଉଛନ୍ତି । ଆଉ କାହାକୁ ବାଛୁଛନ୍ତି ନିଜର ଗଡ଼ର ରକ୍ଷକ,ତାହା ମେ ୨୩ରେ ସ୍ପଷ୍ଟ ହେବ ।

Get real time updates directly on you device, subscribe now.

Comments
Loading...