News World Odisha
Current News Updates

ରୁପ୍ସାରେ ଭିଡ଼ ଜମାଇଲେ ରୂପେଲି ରାଇଜର ରାଜାରାଣୀ

0 354

Get real time updates directly on you device, subscribe now.

ବାଲେଶ୍ୱରରେ ବଲିଉଡ଼ କଳାକାରଙ୍କ ଭିଡ଼ । ୨୯ ପାଇଁ ଜୋରସୋରରେ ଗଡୁଛି ପ୍ରଚାର ଗାଡ଼ି । ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସେଲିବ୍ରିଟି । ନିଜର ମନପସନ୍ଦର ପ୍ରାର୍ଥୀଙ୍କୁ ବାଛିବାକୁ କରୁଛନ୍ତି ଅନୁରୋଧ । ବାଲେଶ୍ୱର ରୁପ୍ସାରେ ବଲିଉଡ଼, ଓଲିଉଡ଼ କଳାକାରଙ୍କ ଭିଡ଼ ଜମିଛି । ରୁପ୍ସାକୁ ଆସିଛନ୍ତି ରୁପେଲି ପରଦାର କଳାକାର ।

 ରୁପେଲି ପରଦାର ରାଜାରାଣୀଙ୍କୁ ଦେଖୁଛନ୍ତି ଭୋଟର ଏବଂ ଶୁଣୁଛନ୍ତି ସେମାନଙ୍କ ମୁହଁରୁ ତାଙ୍କ ମାଟି ପୁଅର ପ୍ରସଂଶା । ସମସ୍ତଙ୍କ ମୁହଁରେ ଶ୍ରେଷ୍ଠ ସାଂସଦଙ୍କ ନାଁ । ସମସ୍ତେ ଦେଉଛନ୍ତି ସମର୍ଥନ ଏବଂ ଗାଁ ଗାଁ ବୁଲି ତାରକାମାନେ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ସମର୍ଥନରେ ରଖୁଛନ୍ତି ତାଙ୍କ ମନ୍ତବ୍ୟ ।

ସାଂସଦ ପ୍ରାର୍ଥୀ ରବୀନ୍ଦ୍ରଙ୍କୁ ଜିତେଇବାକୁ ବଲିଉଡ଼ରୁ ଆରମ୍ଭ କରି ଜଲିଉଡ଼ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ପ୍ରୟାସ  । ଏହି ପ୍ରଚାରରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ବଲିଉଡ଼ର ଦକ୍ଷ କଳାକାର ମହିମା ଚୌଧୁରୀ ଏବଂ ନିଲ ନିତିନ ମୁକେଶ ।

ଓଲିଉଡ଼ର କଳାକାର କୁନା ତ୍ରିପାଠୀ, ଏଲିନା, ସବ୍ୟସାଚୀ, ପୁପିନ୍ଦର, ପ୍ରୀତିରାଜ, ରୋଜି, ଅମର ଏବଂ ଜଲିଉଡ଼ କଳାକାର ସଞ୍ଜୟ ଭୋଳ ସମସ୍ତଙ୍କ ମୁହଁରେ ଗୋଟିଏ ନାଁ ।

କେବଳ ସେତିକିରେ ସରିନି ପ୍ରଚାର, ତାରକାଙ୍କ ଗୀତରେ ଝୁମୁଛି ବାଲେଶ୍ୱର ଏଥିରୁ ବା କେମିତି ବର୍ତ୍ତିଥାନ୍ତେ ରବୀନ୍ଦ୍ର  । ନବୀନଙ୍କ ଗୀତରେ ଝୁମୁଛନ୍ତି ସାଂସଦ ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ।

Get real time updates directly on you device, subscribe now.

Comments
Loading...