News World Odisha
Current News Updates

ସାଙ୍ଘାତିକ ସତ କହିଲା ବିଜେଡି: ମିଛ କହି କେନ୍ଦ୍ରାପଡ଼ାବାସୀଙ୍କୁ ଠକୁଛନ୍ତି ବୈଜୟନ୍ତ

0 180

Get real time updates directly on you device, subscribe now.

ବୈଜୟନ୍ତ ପଣ୍ଡା ନେତା ନା ବ୍ୟବସାୟୀ ? ପ୍ରେସମିଟ କରି ଏ ପ୍ରଶ୍ନର ଉତ୍ତର ଦେଇଛି ବିଜେଡି  । ବୈଜୟନ୍ତ ରାଜନେତା ନୁହନ୍ତି ବରଂ ଜଣେ ବ୍ୟବସାୟୀ ବୋଲି କହିଛି ବିଜେଡି ।  ସେ କେବଳ ନିଜ ବ୍ୟବସାୟ ଓ ନିଜ କଥା ଚିନ୍ତା କରୁଛନ୍ତି । ବିଭିନ୍ନ ବ୍ୟାଙ୍କରୁ ନିଜ ସଂସ୍ଥା ଇମ୍ଫା ପାଇଁ ୨୩ ଶହ କୋଟି ଟଙ୍କା ଋଣ ନେଇ ଫେରାଉ ନାହାନ୍ତି ବୋଲି କହିଛି ବିଜେଡି  । ତାସହ ବୈଜୟନ୍ତ ବାରମ୍ବାର ମିଥ୍ୟା ତଥ୍ୟ ଦେଉଥିବା କହି ବୈଜୟନ୍ତଙ୍କୁ ବାଣ ମାରିଛି ବିଜେଡି  ।

ବାରମ୍ବାର ମିଛ କହି କେନ୍ଦ୍ରାପଡ଼ାବାସୀଙ୍କୁ ଠକୁଛନ୍ତି ବୈଜୟନ୍ତ  । କେନ୍ଦ୍ରାପଡ଼ାର ବିଜେପି ସାଂସଦ ପ୍ରାର୍ଥୀ ନିଜ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା କାଲି ଅଭିଯୋଗ କରିଥିବା ବେଳେ ଆଜି ପୁଣି ଅଭିଯୋଗ କରି ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିବାକୁ ଦାବି କରିଛି ଦଳ  । ତେବେ ବୈଜୟନ୍ତ ଇମ୍ଫାର ଭାଇସ ଚେୟାରମ୍ୟାନ ଥିବା ନେଇ ୨୦୧୪ ସତ୍ୟପାଠରେ ଉଲ୍ଲେଖ କରିନଥିଲେ ମାତ୍ର ୨୦୧୯ ସେ ସେହି କଥାକୁ ଉଲ୍ଲେଖ କରିଛନ୍ତି  । ଇମ୍ଫାରୁ ଦରମା ବାବଦକୁ ବାର୍ଷିକ ୧ କୋଟି ଟଙ୍କା ବୈଜୟନ୍ତ ନେଉଥିବା ନିଜ ସତ୍ୟପାଠରେ ଦର୍ଶାଇଛନ୍ତି  । ମାତ୍ର ବିଜେଡି ଖୁଲାସା କରି କହିଛି କି ସେ ୨୦୦୦ ମସିହାରୁ ଇମ୍ଫାରୁ ଦରମା ନେଉଛନ୍ତି  । ତେଣୁ ଏଭଳି ନେତା ମିଥ୍ୟା କହିଥିବାରୁ ତାଙ୍କ ପ୍ରାର୍ଥୀପତ୍ର ଖାରଜ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି  ।

ତେବେ ଗତକାଲି ମଧ୍ୟ ବୈଜୟନ୍ତଙ୍କ କେନ୍ଦ୍ରାପଡ଼ା ଷ୍ଟ୍ରାଟେଜୀ କଥା ଖୁଲାସା କରିଥିଲା ବିଜେଡି  । ମୋଦି ଓଡ଼ିଶାରେ ଡବଲ ଇଞ୍ଜିନ ଥିଓରୀ କଥା କହୁଥିବା ବେଳେ କାଲି ବିଜେଡି ‘ଡବଲ-ବି’ର ଖୁଲାସା କରିଥିଲା  । କେନ୍ଦ୍ରାପଡ଼ାରେ ଡବଲ ବିଙ୍କ ରାଜୁତି ଚାଲିଛି ବୋଲି କହିଥିଲା ବିଜେଡି  ।

Get real time updates directly on you device, subscribe now.

Comments
Loading...