News World Odisha
Current News Updates

ରେଳର ବିକାଶ ବଦଳରେ ନିଜ ଶିଳ୍ପର ବିକାଶ କରୁଥିଲେ ବୈଜୟନ୍ତ…

0 154

Get real time updates directly on you device, subscribe now.

କେନ୍ଦ୍ରାପଡ଼ାବାସୀଙ୍କୁ ଧୋକା ଦେଇଛନ୍ତି ବୈଜୟନ୍ତ  । କେନ୍ଦ୍ରାପଡ଼ାର ରେଳ ବିକାଶ ନେଇ ବୈଜୟନ୍ତ ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳିଛନ୍ତି  । ଯେଉଁ ବିଶ୍ୱାସରେ, ଯେଉଁ ଭରସାରେ ଲୋକେ ବୈଜୟନ୍ତଙ୍କୁ ଭୋଟ ଦେଇ ନିଜ ପ୍ରତିନିଧି କରିଥିଲେ ସେ ଭରସା ଭାଙ୍ଗି ଦେଇଛନ୍ତି ବୈଜୟନ୍ତ  । ଏକଥା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  । ଖବର ସରବରାହ ସଂସ୍ଥା ଏଏନଆଇକୁ ଏକ ସାକ୍ଷାତ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ବୈଜୟନ୍ତଙ୍କ ବିଶ୍ୱାସଘାତକ କଥା କହିଥିଲେ  ।

କେନ୍ଦ୍ରାପଡ଼ା ମୋ ବାପାଙ୍କ କର୍ମଭୂମି  । ତେଣୁ ସେଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରେ ଜଣେ ଯୁବ ନେତାଙ୍କୁ ଟିକଟ ଦେଲେ ସେ ଲୋକଙ୍କ ପାଇଁ କିଛି କାମ କରିବେ ବୋଲି ଭାବିଥିଲୁ  । ମାତ୍ର ଦୁର୍ଭାଗ୍ୟର ବିଷୟ ସେ ଲୋକଙ୍କ ସମସ୍ୟା କଥା କମ୍ ନିଜ ଶିଳ୍ପ କଥା ବେଶି ବୁଝୁଥିଲେ  । କେନ୍ଦ୍ରାପଡ଼ାର ମୁଖ୍ୟ ସମସ୍ୟା ରେଲୱେ କଥା କେନ୍ଦ୍ରରେ କହୁନଥିଲେ ବୈଜୟନ୍ତ  । କେନ୍ଦ୍ରାପଡ଼ାର ରେଳ ସମସ୍ୟା ନେଇ ମୁଁ ଯେତେବେଳେ ରେଳମନ୍ତ୍ରୀଙ୍କୁ ଭେଟିଲି ସେ ସାଙ୍ଘାତିକ କଥା କହିଥିଲେ  । ସେଠାକାର ସାଂସଦ କେନ୍ଦ୍ରାପଡ଼ାରେ ରେଳ ଲାଇନ ବିଛେଇବା କଥା ବଦଳରେ ନିଜ ଖଣି, ନିଜ କମ୍ପାନୀକୁ କେମିତି ରେଳ ଲାଇନ ବିଛାଯିବ ସେ ସମ୍ପର୍କରେ ଅନୁରୋଧ କରନ୍ତି । ବୈଜୟନ୍ତଙ୍କ ସମ୍ପର୍କରେ ରେଳମନ୍ତ୍ରୀଙ୍କ ଠାରୁ ଏଭଳି ଶୁଣିବା ପରେ ଚମକି ପଡ଼ିଥିଲେ ମୁଖ୍ୟମନ୍ତ୍ରୀ । ଯାହା ତାଙ୍କୁ ଦୁଃଖ ଦେଇଥିଲା ବୋଲି ନବୀନ ସାକ୍ଷାତକାରରେ କହିଥିଲେ  ।

ତେବେ ସେଦିନ ରାଜନଗର ପ୍ରଚାରରେ ମଧ୍ୟ ନବୀନ ବିଜୁଙ୍କ ମାଟିରୁ ବୈଜୟନ୍ତଙ୍କୁ ବଡ଼ ବାଣ ମାରିଥିଲେ  । ଜୟଙ୍କୁ ରେଳ ସମସ୍ୟା ନେଇ ଶିଳ୍ପ ଶର ମାରିଥିଲେ ନବୀନ  । ପ୍ରଚାର ବେଳେ ଲୋକଙ୍କ ଉଦ୍ଦେଶ୍ୟରେ ନବୀନ କହିଥିଲେ କି, ମୋ କଥାରେ ଆପଣ ପୂର୍ବତନ ସାଂସଦଙ୍କୁ  ଦୁଇ ଦୁଇ ଥର ଭୋଟ ଦେଇଥିଲେ  । ମାତ୍ର ସାଂସଦ ଆପଣଙ୍କ ସହ ବିଶ୍ୱାସଘାତ କରିଛନ୍ତି  । ଏଥିପାଇଁ ମୁଁ ଉତ୍ତରଦାୟୀ ବୋଲି କହି ବୈଜୟନ୍ତଙ୍କୁ ସମାଲୋଚନା କରିଥିଲେ ନବୀନ  ।

ତେବେ ଶୁଣନ୍ତୁ କେନ୍ଦ୍ରାପଡ଼ା ରେଳ ସମସ୍ୟା ନେଇ ଏଏନଆଇକୁ କଣ କହିଥିଲେ ନବୀନ…

Get real time updates directly on you device, subscribe now.

Comments
Loading...