News World Odisha
Current News Updates

ଭିଡ଼ କହୁଛି ଭୋଟ କାହାର: ସୋସିଆଲ ମିଡିଆରେ ଭାଇରାଲ ହେଲା ୨ ହେଭିୱେଟଙ୍କ ହାଲକାଫୁଲକା ଫଟୋ

0 2,683

Get real time updates directly on you device, subscribe now.

୨୯ରେ ୧୯ ମହାଯୁଦ୍ଧର ଅନ୍ତିମ ଦିନ  । ସୋମବାର ସାରା ରାଜ୍ୟ ଦେଖିବ ୧୯ ଯୁଦ୍ଧର ଶେଷ ସୂର୍ଯ୍ୟାସ୍ତ  । ସୋମବାର ଶେଷ ପରୀକ୍ଷା ଥିବାରୁ ୬ ଲୋକସଭା ଆସନର ସମସ୍ତ ପ୍ରାର୍ଥୀଙ୍କ ଛାନିରେ ଛନକା ପଶିଲାଣି  । ଦିନଟେ ପରେ ପରୀକ୍ଷା ହଲରେ ନେତାଙ୍କ ଭାଗ୍ୟ ଜନତା ପରଖିବେ  । ସେଇଥିପାଇଁ ପ୍ରାଣମୂର୍ଚ୍ଛା ପ୍ରଚାର ଚଳାଇଛନ୍ତି ନେତା  । ରୋଡ ସୋ’, ଡୋର୍ ଟୁ ଡୋର୍ କ୍ୟାମ୍ପେନ ଭିତରେ ସାମ୍ନାକୁ ଆସିଛି ଏକ ସତ ମିଶା ମଜାଳିଆ ଫଟୋ  । ବାଲେଶ୍ୱରର ୨ ଚର୍ଚ୍ଚିତ ଚେହେରାଙ୍କ ୨ଟି ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି  । ୨ଟି ଚିତ୍ରରେ ୨ ନେତାଙ୍କ ଭିଡ଼ରୁ ଉଭୟଙ୍କ ଭାଗ୍ୟ, ଭବିଷ୍ୟତ ଅନୁମାନ କରାଯାଇଛି  ।

ଭାଇରାଲ ହୋଇଥିବା ଫଟୋରେ ବାଲେଶ୍ୱରର ୨ ସାଂସଦ ପ୍ରାର୍ଥୀ ଅଛନ୍ତି  । ଜଣେ ବିଜେଡିର ସାଂସଦ ପ୍ରାର୍ଥୀ ଆଉ ଅନ୍ୟ ଜଣେ ବିଜେପିର  । ତେବେ ଚିତ୍ରରେ ଲୋକଙ୍କ ସମର୍ଥନକୁ ନେଇ ଦୁହିଁଙ୍କ ଭିତରେ ଫରକ ଦର୍ଶାଯାଇଛି  । ରବୀନ୍ଦ୍ର ଜେନାଙ୍କ ଫଟୋରେ ଜନ ସମର୍ଥନ ଅଧିକ ଥିବା ଦେଖିବାକୁ ମିଳିଛି  । ହଜାର ହଜାର ସମର୍ଥକ ରବୀନ୍ଦ୍ରଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିବା ଉକ୍ତ ଫଟୋରେ ଦୃଶ୍ୟମାନ ହୋଇଛି  । ସେହିପରି ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ଶୋଭାଯାତ୍ରା ଖାଁ ଖାଁ ଦିଶୁଛି  । ଏକ ଖୋଲା ଯାତ୍ରୀବାହୀ ଅଟୋରେ ପ୍ରତାପ ପ୍ରଚାର ପାଇଁ ଯାଉଛନ୍ତି  । ଯେଉଁଠି କୌଣସି ଗୋଟିଏ ବି ଲୋକର ଦେଖା ଦର୍ଶନ ନାହିଁ  । କହିବାକୁ ଗଲେ ତାଙ୍କ ଶୋଭାଯାତ୍ରାରେ ଜଣେ କେହି ବି ନାହାନ୍ତି  ।

ଶୋଭାଯାତ୍ରାରୁ ସମର୍ଥନ କଳି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି ଏ ଫଟୋ  । ରବୀନ୍ଦ୍ରଙ୍କ ଫଟୋରେ ବହୁ ସମର୍ଥକ ଥିବାରୁ ଏଥର ବାଲେଶ୍ୱର ମୁଡ ତାଙ୍କ ଆଡ଼େ ଯାଉଛି ଆଉ ପ୍ରତାପଙ୍କ ଫଟୋରେ ଜଣେ କେହିବି ନଥିବାରୁ ତାଙ୍କୁ ଲୋକେ ଚାହୁଁନଥିବା ଫଟୋରୁ ଆକଳନ କରି ହେଉଛି  । ଶୁଣାଯାଉଛି ପ୍ରତାପଙ୍କ ପ୍ରଚାର ପାଇଁ ଧର୍ମେନ୍ଦ୍ର ଅର୍ଥ ଅଟକାଇଛନ୍ତି  । ପ୍ରତାପ ଜିତିଲେ କାଳେ ତାଙ୍କ ବାଟରେ କଣ୍ଟା ହେବେ ସେଇଥିପାଇଁ ପ୍ରତାପଙ୍କୁ ଫୁଟି କଉଡ଼ି ଟିଏ ଦେଉନାହାନ୍ତି ଧର୍ମେନ୍ଦ୍ର  ।

ଫଟୋରୁ ବାଲେଶ୍ୱର କାହାକୁ ବିଶ୍ୱାସ କରୁଛି ତାହା ଅନୁମାନ କରିବା କଷ୍ଟ  । ତେଣୁ କାହାକୁ ବିଶ୍ୱାସ କରି ଭୋଟର ନିଜ ବେକରେ ଝୁଲାଇବେ ତାହା ୨୯ରେ ଇଭିଏମରେ ପଡ଼ିବ ଆଉ ୨୩ରେ ସ୍ପଷ୍ଟ ହେବ  ।

Get real time updates directly on you device, subscribe now.

Comments
Loading...