News World Odisha
Current News Updates

ସାବଧାନ ! ଲ୍ୟାଣ୍ଡଫଲ୍ ପୂର୍ବରୁ ଘରୁ ଗୋଡ଼ କାଢନ୍ତୁନି…

0 372

Get real time updates directly on you device, subscribe now.

ସମୁଦ୍ର ମଧ୍ୟରେ ଭୟଙ୍କର ରୂପ ନେଇ ଓଡ଼ିଶା ମୁହାଁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଫୋନି । ଏବେ ପୁରୀଠାରୁ ୩୩୦ କିଲୋମିଟର ଦୂର ଓ ବିଶାଖପାଟଣାରୁ ୧୮୦ କିଲୋମିଟର ଦୂରରେ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି, ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ସୁଦ୍ଧା ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଫୋନି । ଏହି ସମୟରେ ସର୍ବାଧିକ ୨୧୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ସକାଳୁ କେହି ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି । ଦୋକାନ, ବଜାର, ଅଫିସ, ଗାଡି ମଟର ଚଳାଚଳ ସବୁ ବନ୍ଦ ରଖିବା ପାଇଁ କୁହାଯାଇଛି । ବାତ୍ୟା ଅତିକ୍ରମ ନକରିବା ପର୍ଯ୍ୟନ୍ତ ସମସ୍ତେ ଘରେ ନିରାପଦରେ ରୁହନ୍ତୁ ।

Get real time updates directly on you device, subscribe now.

Comments
Loading...